୩୦୦ ଏକର ଖଡ଼ିଚାଷ ଜଳିଗଲା

ବାଲେଶ୍ବର ଜିଲ୍ଳା ଭୋଗରାଇ ବ୍ଲକ୍ ଅଧୀନ କୁଳିହା ଗ୍ରାମ ନିକଟ ୩୦୦ ଏକର ଖଡ଼ିଚାଷ ଜଳିଯାଇଛି। ଫଳରେ ୩ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି। ଖଡ଼ିବାଡ଼ିରେ କିପରି ନିଆଁ ଲାଗିଲା, ସେନେଇ କୌଣସି ଠିକ୍ ସୂଚନା ମିଳିପାରିନି। ତେବେ ଖଡ଼ିବାଡ଼ି ଦେଇ ଯାଇଥିବା ବିଦ୍ୟୁତ୍ ତାରରେ ସର୍ଟସର୍କିଟ୍ ହୋଇ କିମ୍ବା ଅନ୍ୟ କୌଣସି ପ୍ରକାର ଅଗ୍ନି ସଂଯୋଗ ଯୋଗୁ ଏହି ଅଘଟଣା ଘଟିଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ୫୦ ଜଣରୁ ଅଧିକ ଚାଷୀ ପ୍ରଭାବିତ ହୋଇଛନ୍ତି। ଖଡ଼ି ଚାଷକୁ ଏଯାଏ କୃଷିର ମାନ୍ୟତା ମିଳିନି। ଫଳରେ ଖଡ଼ି ଚାଷ କରି କ୍ଷତି ସହୁଥିବା ଚାଷୀଙ୍କୁ କୌଣସି ସରକାରୀ ସହାୟତା ମିଳିପାରୁନି। ତେଣୁ ଯେଉଁ ଚାଷୀଙ୍କ କ୍ଷତି ହୋଇଛି, ଚାଷୀମାନେ ତା’ର ମଧ୍ୟ କୌଣସି ସହାୟତା ପାଇପାରିବେ ନାହିଁ ବୋଲି ଜଣାପଡ଼ିଛି।
Powered by Froala Editor