ଆଧାରକାର୍ଡରେ ନାମ ଥିଲା 'ମଧୁକା ପାଞ୍ଚଓ୍ବା ବଚ୍ଚା', ଆଡ୍ମିଶନ ଦେଲେନି ଶିକ୍ଷୟିତ୍ରୀ
ଅଜବ ଆଧାର କାର୍ଡ ଯୋଗୁଁ ଜଣେ କୁନି ଝିଅର ସ୍କୁଲରେ ନାମଲେଖା ବନ୍ଦ ହୋଇଯାଇଛି । ଆଧାରକାର୍ଡରେ ନାମ ଦେଖି ଆଡ୍ମିଶନ ଦେବାକୁ ମନା କରି ଦେଇଛି ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲ।
ଉତ୍ତରପ୍ରଦେଶ ରାଇପୁର ଗ୍ରାମର ବାସିନ୍ଦା ଦୀନେଶ ଶନିବାର ଝିଅ ଆରତିଙ୍କୁ ବୁଦାଉନର ପ୍ରାଥମିକ ସରକାରୀ ସ୍କୁଲରେ ଭର୍ତ୍ତି କରାଇବା ପାଇଁ ନେଇ ଯାଇଥିଲେ। କିନ୍ତୁ ଏକତା ଭର୍ଷାନେ ନାମକ ଶିକ୍ଷୟିତ୍ରୀ ଆଡ୍ମିଶନ ମନା କରିବା ସହ ଦୀନେଶଙ୍କୁ ଆଧାରକାର୍ଡ ତ୍ରୁଟି ସୁଧାରିବାକୁ କହିଥିଲେ । କାରଣ ଆଧାରକାର୍ଡରେ ନାମ ସ୍ଥାନରେ 'ମଧୁକା ପାଞ୍ଚଓ୍ବା ବଚ୍ଚା' (ମଧୁର ପଞ୍ଚମ ଛୁଆ) ଉଲ୍ଲେଖ ଥିଲା।
ଜିଲା ମାଜିଷ୍ଟ୍ରେଟ୍ ଦୀପା ରଞ୍ଜନ କହିଛନ୍ତି, ଆଧାରକାର୍ଡ ପୋଷ୍ଟ ଅଫିସ ଏବଂ ବ୍ୟାଙ୍କରେ ପ୍ରସ୍ତୁତ କରାଯାଉଛି। ତେବେ କର୍ମଚାରୀଙ୍କ ଅବହେଳା ଯୋଗୁ ଏଭଳି ଭୁଲ ହୋଇଛି। ସେହି କାର୍ଡରେ ଆଧାର ନମ୍ବର ମଧ୍ୟ ଉଲ୍ଲେଖ ନ ଥିଲା । ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ କହିଛନ୍ତି।
Powered by Froala Editor