ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ: ଲଗାତାର ତୈଳ ଦର ବଢାଇ ଚାଲିଛନ୍ତି ତୈଳ କମ୍ପାନୀ । ଆଜି ମଧ୍ୟ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ରେଟ୍ ବଢିଛି । ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ପଇସା ଲେଖାଏଁ ବଢିଛି ।
ବର୍ଦ୍ଧିତ ଦର ପରେ ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୩. ୮୧ ଟଙ୍କା ହୋଇଛି । ସେହିପରି ଡିଜେଲ ମଧ୍ୟ ୯୫.୦୭ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ପଇସା ବୃଦ୍ଧି ସହ ଦର ୧୧୮.୮୩ ଟଙ୍କା ଏବଂ ଡିଜେଲ ୪୩ ପଇସା ବଢି ୧୦୩.୭ ଟଙ୍କା ହୋଇଯାଇଛି ।କିଛି ଦିନ ପୂର୍ବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତୈଳ ଦର ଦୀର୍ଘ ୪ ମାସ ଯାଏଁ ଅପରିବର୍ତ୍ତିତ ରହିଥିଲା । ହେଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ସରକାର ଗଠନ ପରେ ଗତ ୨୨ ତାରିଖରୁ କମ୍ପାନୀମାନେ ତୈଳ ଦର ବଢାଇ ଚାଲିଛନ୍ତି । ଯାହା ଜଣେ ସାଧାରଣ ଲୋକର ମୁଣ୍ଡବିନ୍ଧାର କାରଣ ପାଲଟିଛି ।
Powered by Froala Editor