ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ଦୁର୍ଘଟଣା : ଲାଲ ଶାଢୀ ବାନ୍ଧି ଟ୍ରେନ୍ ଅଟକାଇଲେ ମହିଳା
ମହିଳା ଜଣଙ୍କ ଅଧିକ ପାଠୁଆ ନୁହଁନ୍ତି । କିନ୍ତୁ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ୍ ଦୁର୍ଘଟଣାକୁ ରୋକି ପାରିଛନ୍ତି । ତାଙ୍କ ବୁଦ୍ଧି ଯୋଗୁଁ ଲୋକମାନେ ତାଙ୍କୁ ସୋସିଆଲ ମିଡ଼ିଆରେ ଅଭିନନ୍ଦନ ଜଣାଇଛନ୍ତି। ଘଟଣା ବିଷୟରେ ସଚ୍ଚିନ କୌଶିକ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ସଚ୍ଚିନ କ୍ୟାପସନରେ ଲେଖିଛନ୍ତି - 'ଶ୍ରୀମତୀ ଓମବତୀ। ସକାଳେ ସେ ଚାଷ ଜମିରେ କାମ କରିବାକୁ ଯାଉଥିଲେ। ଟ୍ରାକ୍ ଅତିକ୍ରମ କରିବା ସମୟରେ ହଠାତ୍ ଏକ ଭଙ୍ଗା ଟ୍ରାକ୍ ଦେଖିଥିଲେ । ଯେତେବେଳେ ଟ୍ରେନ୍ ପହଞ୍ଚିବାକୁ ଯାଉଥିଲା, ସେ ନିଜର ବୁଦ୍ଧି ଖଟାଇ କାଠ ସାହାଯ୍ୟରେ ତା'ର ଲାଲ୍ ଶାଢ଼ୀକୁ ଟ୍ରାକରେ ଠିଆ କରାଇଥିଲେ। ଟ୍ରେନ୍ ରୋକି ଯାଇଥିଲା, ପୁଣି ଠିକ ହେବାର ୩୦ ମିନିଟ୍ ପରେ ଟ୍ରେନ ଚଳାଚଳ ହୋଇଥିଲା। ଜଣେ ମହିଳାଙ୍କ ବୁଦ୍ଧି ଯୋଗୁଁ ବଡ଼ ଟ୍ରେନ ଦୁର୍ଘଟଣାରୁ ଉଦ୍ଧାର ମିଳିଥିଲା।
ବାସ୍ତବରେ, ଟ୍ରେନ୍ ଟ୍ରାକ୍ ଭାଙ୍ଗି ଯାଇଥିଲା, ଯେତେବେଳେ ମହିଳା ଜଣକ ଯାଉଥିଲେ, ତାଙ୍କ ଆଖି ଭାଙ୍ଗିଯାଇଥିବା ଟ୍ରାକ ଉପରେ ପଡ଼ିଥିଲା। ବିଳମ୍ବ ନକରି, ଏହି ମହିଳା ଜଣକ କାଠ ସାହାଯ୍ୟରେ ଟ୍ରାକ୍ ମଝିରେ ନିଜର ଲାଲ୍ ଶାଢ଼ୀ ବାନ୍ଧି ଦେଇଥିଲେ। ତାଙ୍କ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣା ରୋକି ଯାଇଥିଲା।
Powered by Froala Editor