ମାର୍ଚ୍ଚରେ ସର୍ବାଧିକ ଜିଏସ୍ଟି ଆଦାୟ
ଗତ ମାର୍ଚ୍ଚ ମାସରେ ମୋଟ ୧.୪୨ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ସେଥି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୨୫ ହଜାର ୮୩୦ କୋଟି ଟଙ୍କା ଥିବା ବେଳେ ରାଜ୍ୟ ଜିଏସଟି ୩୨ ହଜାର ୩୭୮ କୋଟି ଟଙ୍କା, ସମନ୍ୱିତ ଜିଏସଟି ୭୪ ହଜାର ୪୭୦ କୋଟି ଟଙ୍କା ଓ ସେସ୍ ୯ ହଜାର ୪୧୭ କୋଟି ଟଙ୍କା ରହିଛି। ମାସିକ ଜିଏସଟି ସଂଗ୍ରହରେ ଏହା ସର୍ବକାଳୀନ ରେକର୍ଡ ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହା ୨୦୨୧ର ମାର୍ଚ୍ଚ ମାସ ତୁଳନାରେ ୧୫ ପ୍ରତିଶତ ଅଧିକ । ପୂର୍ବରୁ ଗତବର୍ଷର ଏପ୍ରିଲ ମାସରେ ରେକର୍ଡ ୧ ଲକ୍ଷ ୪୧ ହଜାର ୩୮୪ କୋଟିର ଜିଏସଟି ସଂଗ୍ରହ କରାଯାଇଥିଲା ।
୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ କରୋନା ମହାମାରୀର ୨ୟ ଲହରର ପ୍ରକୋପ ଅଧିକ ଥିବାରୁ ବିଭିନ୍ନ ରାଜ୍ୟ ପୁଣି ଥରେ ଲକଡାଉନ ଲାଗୁ କରିଥିଲେ । ଏହା ଫଳରେ ଅର୍ଥନୀତି ପ୍ରଭାବିତ ହେବା ସହ ମାସିକ ଜିଏସଟି ରାଜସ୍ବ ୧ ଲକ୍ଷ କୋଟିରୁ ହ୍ରାସ ପାଇଥିଲା । ପରେ କରୋନାର ପ୍ରକୋପ କମିବା ସହ ଲକଡାଉନ କଟକଣା କୋହଳ ହେବା ସହ ଅର୍ଥନୈତିକ କାର୍ଯ୍ୟକଳାପ ସ୍ବାଭାବିକ ହୋଇଥିଲା ।
ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ ମୋଟ୍ ଜିଏସଟି ଆଦାୟ ପୂର୍ବ ରେକର୍ଡ ଭଙ୍ଗ କରିଛି। ଜାନୁଆରୀ ମାସରେ ମୋଟ୍ ଜିଏସଟି ଆଦାୟ ପରିମାଣ ୪୦ ହଜାର ୯୮୬ କୋଟି ଟଙ୍କା ଥିଲା। ମାର୍ଚ୍ଚ ମାସରେ ଜିଏସଟି ରାଜସ୍ୱ ଆଦାୟ ପୂର୍ବବର୍ଷ ତୁଳନାରେ ୧୫% ଅଧିକ ରହିଛି। ସେହି ସମୟରେ ସାମଗ୍ରୀ ଆମଦାନୀ ରାଜସ୍ୱ ଆଦାୟ ପୂର୍ବ ବର୍ଷ ତୁଳନାରେ ୨୫% ଅଧିକ ରହିଥିବା ବେଳେ ଦେଶୀୟ ନେଣଦେଣ ୧୧% ଅଧିକ ରହିଛି।
Powered by Froala Editor