ଆସିଲାଣି କରୋନାର ଚତୁର୍ଥ ଲହର!
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲୋକମାନେ କିଛି ମାତ୍ରାରେ ଆଶ୍ୱସ୍ତି ଅନୁଭବ କରୁଥିବାବେଳେ ପୁଣି ମାହାମାରୀ ସଂକ୍ରମଣ ନେଇ ବିପଦ ମୁଣ୍ଡ ଟେକିଛି । ପୁଣି ଧୀରେଧୀରେ କରୋନା କାୟା ମେଲାଇବା ଆରମ୍ଭ କରିଛି । ଅନେକ ଦେଶରେ ସଂକ୍ରମଣ ବଢିବାକୁ ଲାଗିଲାଣି । ଏହା କରୋନାର ଚତୁର୍ଥ ଲହର ବୋଲି କୁହାଯାଉଛି । କରୋନାର ଓମିକ୍ରନ ଭାରିଆଣ୍ଟର ବିଏ.୨ ସବଭାରିଆଣ୍ଟ ସର୍ବାଧିକ ସଙ୍କଟ ସୃଷ୍ଟି କରିବ ବୋଲି ଚେତାବନୀ ଦିଆଯାଇଛି । ଆମେରିକା, ବ୍ରିଟେନ, ଏସିଆ ଏବଂ ୟୁରୋପର ବହୁ ଦେଶରେ ଓମିକ୍ରନ ବିଏ.୨ର ଅଧିକାଂଶ ମାମଲା ବୃଦ୍ଧି ପାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, କରୋନା ମାମଲାରେ ଓମିକ୍ରନ ଅଧିକ ବିପଦଜ୍ଜନକ । ବିଏ.୨ର ଦ୍ରୁତ ଗତିରେ ବ୍ୟାପିବାର ସାମର୍ଥ୍ୟ ଅଛି ।
ବିଶେଷଜ୍ଞଙ୍କ ମତରେ, ଏହାଦ୍ୱାରା ଅଧିକ ଲୋକ ପ୍ରଭାବିତ ହେବେ ନାହିଁ କାରଣ ଅଧିକାଂଶ ଲୋକଙ୍କୁ ଟିକାକରଣ କରାଯାଇଛି । କିନ୍ତୁ ଏହାର ସଂକ୍ରମଣ ତୃତୀୟ ଲହର ତୁଳନାରେ ୮୦ପ୍ରତିଶତ ବେଗରେ ବଢୁଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ବିଶେଷଜ୍ଞ ମାରିଆ ଭାନ କରଖୋୱ ବିଏ.୨କୁ ଏପର୍ଯ୍ୟନ୍ତ କରୋନାର ସବୁଠାରୁ ଅଧିକ ସଂକ୍ରାମକ ଭାରିଆଣ୍ଟ ବୋଲି କହିଛନ୍ତି । ଯେଉଁମାନଙ୍କର ଟିକାକରଣ ହୋଇଛି ସେମାନେ ମଧ୍ୟ ଏହା ଦ୍ୱାରା ସଂକ୍ରମିତ ହୋଇଥିବା ସେ ସୂଚନା ଦେଇଛନ୍ତି ।
Powered by Froala Editor