ଇଞ୍ଜେକସନ୍ ବଦଳରେ ଲୁଣ ପାଣି ଦେଇ ଡାକ୍ତର ନିଲମ୍ବିତ
ରୋଗ ହେଲେ ରୋଗୀ ଆଖି ବନ୍ଦ କରି ଡାକ୍ତରଙ୍କ ଉପରେ ଭରସା କରିଥାଏ । ତାର ଭରସା ଥାଏ ଯେ, ଡାକ୍ତରଙ୍କ ଚିକିତ୍ସା ପରେ ସେ ଠିକ୍ ହୋଇଯିବ । ହେଲେ ଡାକ୍ତର ଯେ, ଇଞ୍ଜେକସନ ବଦଳରେ ଲୁଣ ପାଣି ଦେବେ ତାହା ସମସ୍ତଙ୍କୁ ଚକିତ କରିଛି । ଏଭଳି ଘଟଣା ସାମ୍ନାକୁ ଆସିଛି ସିଙ୍ଗାପୁରରୁ ।
ସିଙ୍ଗାପୁରର ଟିକାକରଣ ନିରୋଧୀ (ଆଣ୍ଟି-ଭେକ୍ସିନେସନ୍) ଗ୍ରୁପ ସହ ଜଡିତ ଜିପ୍ସନ୍ କ୍ଵାହ ନାମକ ୩୩ ବର୍ଷୀୟ ଜଣେ ଡାକ୍ତର ଲୋକମାନଙ୍କୁ କରୋନାର ଟିକା ବଦଳରେ ଲୁଣ ପାଣି (ସାଲାଇନ୍ ସଲ୍ୟୁସନ୍)ର ଇଞ୍ଜେକ୍ସନ୍ ଲଗାଇ ଦେଇଥିଲେ। ସେ ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଜାତୀୟ ଟିକାକରଣ ରେଜିଷ୍ଟ୍ରିରେ ଭୁଲ୍ ତଥ୍ୟ ବି ଅପଲୋଡ୍ କରି କରିଛନ୍ତି। ଏହାପରେ ଜିପ୍ସନ୍ କ୍ଵାହଙ୍କ ଏପରି କାର୍ଯ୍ୟକଳାପ ପରେ ଜିପ୍ସନ୍ କ୍ଵାହଙ୍କୁ ସିଙ୍ଗାପୁର ମେଡିକାଲ କାଉନ୍ସିଲ୍ ୧୮ ମାସ ପାଇଁ ନିଲମ୍ବିତ କରିଛନ୍ତି। ମେଡିକାଲ କାଉନ୍ସିଲ ଅନୁସାରେ ୨୩ ମାର୍ଚ୍ଚରେ ଘଟଣା ବିଷୟରେ ଜଣା ପଡିଥିଲା। ଏହାପରେ ଶେଷ ନିଷ୍ପତ୍ତି ପାଇଁ ସମିତି ପାଖକୁ ପଠାଯାଇଥିଲା। ଜନତାଙ୍କ ସୁରକ୍ଷା ପାଇଁ ଜିପ୍ସନ୍ କ୍ଵାହଙ୍କୁ ସମିତି ନିଲମ୍ବିତ କରିଛନ୍ତି । ସୂଚନା ଯେ, ଡ. କ୍ଵାହ ଓ ତାଙ୍କ ସହଯୋଗୀଙ୍କୁ ଭୁଲ୍ ଟିକା ତଥ୍ୟ ମାମଲାରେ ପୂର୍ବରୁ ବି ଗିରଫ କରାଯାଇଛି।
Powered by Froala Editor