ଦ୍ୱିତୀୟ ଥର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ
ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପଣଜୀର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଶପଥ ନେଇଛନ୍ତି ପ୍ରମୋଦ ସାୱନ୍ତ । ଲଗାତର ଦ୍ୱିତୀୟ ଥର ପାଇଁ ପ୍ରମୋଦ ସାଓ୍ୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରମୋଦଙ୍କ ସହ ବିଶ୍ୱଜିତି ରାଣେ, ମୌବିନ ଗୋଡ଼ିହ୍ନେ, ରବି ନାୟକ, ନିଲେଶ କାବରାଲ, ଶୁଭାସ ଶିରୋଡକର, ରୋହନ ଖୋଟେ, ଅତାନାସିୟୋ ମୋନସେରାଟ ଏବଂ ଗୋବିନ୍ଦ ଗୋଡେ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି ।
ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା, ହରିୟାଣାର ମୁଖ୍ୟମନ୍ତ୍ରୀ ଏମଏଲ ଖଟ୍ଟର, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁସ୍କର ଧାମୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସମେତ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ଶପଥ ଗ୍ରହଣ ଉତ୍ସବରେ ପାଖାପାଖି ୧୫ ହଜାର ଲୋକ ସାମିଲ ଥିଲେ ।
ପ୍ରମୋଦ ସାୱନ୍ତ ଉତ୍ତର ଗୋଆର ସାଙ୍କଲିମରୁ ବିଧାୟକ ଅଟନ୍ତି। ୨୦୧୭ ରେ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ। ମାର୍ଚ୍ଚ ୨୦୧୯ରେ ସେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।
Powered by Froala Editor