ଟଙ୍କାଏ ଟଙ୍କାଏ ସଞ୍ଚି ବାଇକ୍ କିଣିଲେ ଯୁବକ
ଟଙ୍କାକିଆ କଏନ୍ ଦେଇ ଜଣେ ଯୁବକ କିଣିଛନ୍ତି ୨.୬ ଲକ୍ଷ ଟଙ୍କାର ବାଇକ୍ । ହଁ ଏ କଥା ସତ । ତାମିଲନାଡୁ ସେଲମର ଭି. ବୂବତି ନାମକ ଯୁବକ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୧ ଟଙ୍କିଆ କଏନ୍ (ମୁଦ୍ରା) ସଞ୍ଚୟ କରି ଆସୁଥିଲେ। ଗତ ଶନିବାର ଦିନ ସେ ସଞ୍ଚିତ କଏନ୍ଗୁଡ଼ିକୁ ନେଇ ଗୋଟାଏ ସୋ’ରୁମ୍କୁ ଯାଇଥିଲେ ଓ ନୂଆ ‘ବଜାଜ୍ ଡୋମିନାର୍’ ବାଇକ୍ଟାଏ ଖରିଦ କରିଥିଲେ।
ବୂବତି ହେଉଛନ୍ତି ଜଣେ ‘ବିସିଏ’ ସ୍ନାତକ। ୪ ବର୍ଷ ତଳେ ୟୁଟ୍ୟୁବ୍ ଚାନେଲ୍ ଆରମ୍ଭ କରିବା ପୂର୍ବରୁ ସେ ଗୋଟାଏ ଘରୋଇ କମ୍ପାନିରେ କମ୍ପ୍ୟୁଟର୍ ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ। ୩ ବର୍ଷ ତଳେ ବାଇକ୍ଟିଏ କିଣିବାକୁ ସେ ମନବଳାଇଥିଲେ। ସେତେବେଳେ ଉକ୍ତ ବାଇକ୍ର ମୂଲ୍ୟ ଥିଲା ୨ ଲକ୍ଷ ଟଙ୍କା। କିନ୍ତୁ, ତାଙ୍କ ପାଖରେ ଏତେ ଟଙ୍କା ନ ଥିଲା। ତେଣୁ ଟଙ୍କାଏ ଟଙ୍କାଏ ସଞ୍ଚିବା ଆରମ୍ଭ କରିଥିଲେ । ଆଜିର ଦିନରେ ସେ ଟଙ୍କା ସଞ୍ଚୟ କରି ବାଇକ୍ କିଣିବାକୁ ସମର୍ଥ ହୋଇଛନ୍ତି ।
ବୂବତିଙ୍କ ସଞ୍ଚିତ କଏନ୍ ଗଣିବା ଲାଗି ସୋ’ରୁମ୍ର କର୍ମଚାରୀଙ୍କୁ ୧୦ ଘଣ୍ଟା ଲାଗିଥିଲା ବୋଲି ‘ଭାରତ ଏଜେନ୍ସି’ର ପରିଚାଳକ ମହାବିକ୍ରାନ୍ତ କହିଛନ୍ତି।
Powered by Froala Editor