କୋଭିଡ ପରିଚାଳନା ପାଇଁ ଡାକ୍ତରୀ ଛାତ୍ର ନିୟୋଜିତ

ଭୁବନେଶ୍ୱର: କରୋନା ମୁକାବିଲା ଓ କୋଭିଡ ପରିଚାଳନା ପାଇଁ ଡାକ୍ତରୀ ଛାତ୍ର ନିୟୋଜିତ ହୋଇଛନ୍ତି । ଏସସିବି ମେଡିକାଲର ୬ ଜଣ ଇଣ୍ଟର୍ଣ୍ଣଙ୍କୁ ୧୦୪ କଲ ସେଣ୍ଟରରେ ନିୟୋଜିତ କରିଛନ୍ତି ସରକାର । ଡ. ଅରୁନ୍ଧତୀ ଆଚାର୍ଯ୍ୟ, ଡ. ଦିବ୍ୟ ପ୍ରକାଶ ଆଚାର୍ଯ୍ୟ, ଡ. ସୌରଭ ଆଚାର୍ଯ୍ୟ, ଡ. ସୁମନ ସ୍ମିଥ ଅଧିକାରୀ, ଡ. ତପନ ଅଗ୍ରୱାଲ, ଡ. ଅନମୋଲ ଅଗ୍ରୱାଲ ନିୟୋଜିତ ହୋଇଛନ୍ତି । ଏହି ଡାକ୍ତରମାନେ ଭୁବନେଶ୍ୱର ଇଡକୋ ଟାୱାର କଲ ସେଣ୍ଟରରେ କାର୍ଯ୍ୟ କରିବେ । ୧୦୪ କଲ ସେଣ୍ଟରରେ ପରାମର୍ଶଦାତା ଭାବେ କାମ କରିବେ ଏହି ୬ ଡାକ୍ତର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Powered by Froala Editor