ବସ୍ ଭିତରେ ବିୟର ପିଇ ଛାତ୍ରୀଙ୍କ ଉତ୍ପାତ, ଭିଡିଓ ଭାଇରାଲ

ବସ୍ ଚାଲୁଥିଲା । ତାଭିତରେ କିଛି ଛାତ୍ରୀ ଉତ୍ପାତ ହୋଇ ମଦ ପିଇ ଚାଲିଥିଲେ । ତାମିଲନାଡୁର ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ଘଟିଥିବା ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ୍ ହେଉଥିବା ଏହି ଭିଡିଓକୁ ସେହି ଛାତ୍ରୀମାନଙ୍କ ମଧ୍ୟରେ କେହି ଜଣେ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଅପଲୋଡ କରିଥିବା କୁହାଯାଉଛି।
ପ୍ରଥମେ ପ୍ରଥମେ ଏହାକୁ ଏକ ପୁରୁଣା ଭିଡିଓ କହି ଏଡ଼ାଇ ଦିଆଯାଉଥିବା ବେଳେ ପରେ ଭିଡିଓଟି ମଙ୍ଗଳବାରର ବୋଲି ଜଣାପଡ଼ିଥିଲା। ବିଦ୍ୟାର୍ଥୀମାନେ ସ୍କୁଲ୍ ୟୁନିଫର୍ମରେ ତିରୁକାଝୁକୁନ୍ଦ୍ରମରୁ ଠାଚୁର ଯାଉଥିବା ବସ୍ରେ ବସି ଏପରି ଉତ୍ପାତ କରିଥିଲେ। ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀ ଘଟଣାକୁ ଗୁରୁତର ସହ ନେଇ ପୁଲିସ ଦ୍ୱାରା ମାମଲାର ଯାଞ୍ଚ କରାଯାଉଛି। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।
ଏହା ପୂର୍ବରୁ ୨୦୧୭ରେ ଏମିତି ଏକ ଘଟଣା କର୍ଣ୍ଣାଟକର ତୁମକୁର ଠାରେ ଘଟିଥିଲା । ଜିଲ୍ଲାର ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଓ ଦୁଇ ଅନ୍ୟ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ପାଣି ବଦଳରେ ମଦ ପିଇବାକୁ ଦେଇଦେଇଥିଲେ।
Powered by Froala Editor