ବୀରଭୂମିରେ ଜଳୁଛି ହିଂସାର ନିଆଁ : ପୁଣି ଜଣେ ଟିଏମ୍ସି କର୍ମୀଙ୍କୁ ହତ୍ୟା

ପଶ୍ଚିମବଙ୍ଗ ବୀରଭୂମିରେ ଜଣେ ଟିଏମ୍ସି ନେତାଙ୍କୁ ହତ୍ୟା ପରେ ୮ ଜଣଙ୍କୁ ଜୀଅନ୍ତା ଜାଳି ଦେଇଥିବ ଘଟଣା ସାମ୍ନାକୁ ଆସିଥିଲା। ଏହି ହିଂସା ଥଣ୍ଡା ନପଡିଥିବା ବେଳେ ଏବେ ଆଉ ଜଣେ ଟିଏମ୍ସି ନେତାଙ୍କୁ ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଉକ୍ତ ବ୍ୟକ୍ତି ଜଣଙ୍କ ନାମ ସହଦେବ ମଣ୍ଡଳ ବୋଲି କୁହାଯାଉଛି । ସେ ଟିଏମସିର ଜଣେ ସ୍ଥାନୀୟ କର୍ମୀ ଥିଲେ। ସହଦେବଙ୍କ ପତ୍ନୀ ଅନିମା ମଣ୍ଡଳ ବାଗୁଲା ଗ୍ରାମ ପଞ୍ଚାୟତ ୨ନମ୍ବରର ଜଣେ ସଦସ୍ୟ । ବୁଧବାର ରାତିରେ ସ୍ଥାନୀୟ ଲୋକମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ।
ଲୋକମାନେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ଶକ୍ତି ନାଗରର କୃଷ୍ଣନଗର ଡାକ୍ତରଖାନାକୁ ପଠାଯାଇଥିଲା ଯେଉଁଠାରେ ସହଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଟିଏମସି ନେତାଙ୍କ ହତ୍ୟା ପରେ ଏହି ହିଂସା ଆରମ୍ଭ ହୋଇଛି ।
ସେପଟେ ହୁଗଳିର ତାରକେଶ୍ୱରରେ ଜଣେ ତ୍ରୁଣମୂଳ ମହିଳା ନେତ୍ରୀଙ୍କ ଉପରେ କାର୍ ଚଢ଼ାଇ ହତ୍ୟା କରିଦେବାକୁ ଉଦ୍ୟମ୍ କରାଯାଇଥିବା ଅଭିଯୋଗ ହୋଇଛି। ଟିଏମ୍ସି ନେତ୍ରୀ ରୂପା ସରକାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଥାଉ କି, ପଶ୍ଚିମବଙ୍ଗର ବୀରଭୂମରେ ଟିଏମସିର ଜଣେ ପଞ୍ଚାୟତ ନେତାଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ମାର୍ଚ୍ଚ ୨୧ରେ ସମ୍ପୂର୍ଣ୍ଣ ଜିଲ୍ଲାରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି ।
Powered by Froala Editor