ସୁମୋନା କହିଲେ 'କପିଲ ମୋ ପ୍ରତି ଇର୍ଷା କରନ୍ତି'
‘କପିଲ ଶର୍ମା ଶୋ’ ଯେତିକି ଲୋକପ୍ରିୟ ସେତିକି ବିବାଦୀୟ । ଏବେ ଏହି ଶୋ’କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। କପିଲ ଶର୍ମାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏହି ଶୋ’ରେ ଅଭିନୟ କରୁଥିବା ‘ଭୁରି’ ଓରଫ୍ ସୁମୋନା ଚକ୍ରବର୍ତ୍ତୀ। ନିକଟରେ ସୁମୋନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ କପିଲଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଥିବା ଦେଖିବାକୁ ମିଳିଛି। ସୁମୋନା କହିଥିଲେ ଯେ, ‘କପିଲ ମୋ ପ୍ରତି ଇର୍ଷା କରନ୍ତି।’
ପ୍ରକୃତରେ ସୁମୋନାଙ୍କର ଏହି ଭିଡିଓଟି ବହୁ ପୁରୁଣା। ଏସବୁ ଶୋ’ର ଏକ ଅଂଶ ଥିଲା ଏବଂ ଏହା ସମସ୍ତଙ୍କୁ ଥଟ୍ଟା ଢଙ୍ଗରେ କୁହାଯାଇଥିଲା। ଲେଖକ ଚେତନ ଭାଗବତ, ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଏହି ଶୋ’ରେ ସେମାନଙ୍କର ଫିଲ୍ମ ‘ହାପ୍ ଗର୍ଲଫ୍ରେଣ୍ଡ’ର ପ୍ରମୋସନ ପାଇଁ ଆସିଥିଲେ। ଏହି ସମୟରେ କପିଲ ପୂର୍ବପରି ସୁମୋନାଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳିଥିଲା। ତେବେ କପିଲ ଓ ସୁମୋନାଙ୍କ ଏହି ପୁରୁଣା ଭିଡିଓଟି ଏବେ ସୋଶାଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ତେବେ କପିଲ ଶର୍ମାଙ୍କ ଶୋ’କୁ ନେଇ ଏଭଳି ବିବାଦ ଓ ଗୁଜବ ସୃଷ୍ଟି ହେବା କୌଣସି ନୂଆ କଥା ନୁହେଁ। ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଅଭିଯୋଗ କରିଛନ୍ତି ଯେ କପିଲ ତାଙ୍କ ଫିଲ୍ମର ପ୍ରମୋସନ କରିବାକୁ ମନା କରି ଦେଇଥିଲେ ।
Powered by Froala Editor