ହିଜାବ ମାମଲା, ବିଚାରପତିମାନଙ୍କୁ ହତ୍ୟା ଧମକ
ବାଙ୍ଗାଲୋର: କର୍ଣ୍ଣାଟକ ସରକାର ହିଜାବ ବିବାଦ ଉପରେ ରାୟ ଦେଇଥିବା ରାଜ୍ୟ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ସମେତ ତିନିଜଣ ବିଚାରପତିଙ୍କୁ ଗତକାଲି ୱାଇ ଶ୍ରେଣୀ ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଦୁରାଇରେ ସମ୍ପୃକ୍ତ ବିଚାରପତିମାନଙ୍କୁ ହତ୍ୟା କରିବାକୁ ଆସିଥିବା ହତ୍ୟା ଧମକ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଉକ୍ତ ଧମକ ବାବଦରେ ବାଙ୍ଗାଲୋରରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ଓ ଏହାର ବିଚାରପତିମାନଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଓ ଧମକ ଦେଇଥିବା ତାମିଲନାଡୁର ଥୋହିଦ ଜମାତ କର୍ମକର୍ତ୍ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।
Powered by Froala Editor