ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଉପହାରରେ ଦିଆଗଲା ଚନ୍ଦନ କାଠ ନିର୍ମିତ ‘କୃଷ୍ଣ ପଙ୍ଖା’
ଭାରତ ଗସ୍ତରେ ଆସିଥିବା ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଉପହାର ‘କୃଷ୍ଣ ପଙ୍ଖା’ ପ୍ରଦାନ କରିଥିବା ଜଣାପଡ଼ିଛି। ଏହାର ଏକ ଫଟୋ ସାମ୍ନାକୁ ଆସିଥିବା ବେଳେ ଫଟୋରେ କୃଷ୍ଣ ପଙ୍ଖାଟି ଅତ୍ୟନ୍ତ ଚମତ୍କାର ଦେଖାଯାଉଛି। ‘କୃଷ୍ଣ ପଙ୍ଖା’ ଦେଖିବାକୁ ଅତ୍ୟନ୍ତ ସୁନ୍ଦର । ଚନ୍ଦନ କାଠରେ ନିର୍ମିତ ଏହି ‘କୃଷ୍ଣ ପଙ୍ଖା’କୁ ରାଜସ୍ଥାନର କାରିଗର ତିଆରି କରିଛନ୍ତି । ସୂଚନା ଅନୁସାରେ କାରିଗରମାନେ ଏହାକୁ ପାରମ୍ପରିକ ପଦ୍ଧତିରେ ତିଆରି କରିଛନ୍ତି ।
‘କୃଷ୍ଣ ପଙ୍ଖା’ରେ ଅତି ସୁନ୍ଦର ଭାବରେ ଛୋଟ ଛୋଟ କାରୁକାର୍ଯ୍ୟ ମଧ୍ୟ କରାଯାଇଛି । କୃଷ୍ଣ ପଙ୍ଖା ଉପରେ ଭାରତର ଜାତୀୟ ପକ୍ଷୀ ମୟୂରକୁ ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ କୃଷ୍ଣ ପଙ୍ଖାକୁ ପାରମ୍ପରିକ ବିଞ୍ଛଣାର ଆକାର ଦିଆଯାଇଛି। ବିଞ୍ଛଣାରେ ଭଗବାନ କୃଷ୍ଣ ଶିଖାଇଯାଇଥିବା ପ୍ରେମ, ଦୟା ଏବଂ କରୁଣାର ପ୍ରତୀକକୁ ରଖାଯାଇଛି। ଏଥିରେ ଘୁଙ୍ଗୁର ଲାଗିଛି ଯାହାଦ୍ୱାରା ଏହାକୁ ଚଳାଇଲେ ଏଥିରୁ ସକାରାତ୍ମକ ଶବ୍ଦ ବାହାରିବ । ଏହି ଉପହାରକୁ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେଉଥିବାବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Powered by Froala Editor