ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ତାଙ୍କ ବାସଭବନ ଓ ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି ।
ପ୍ରମୋଦ ବେଉରିଆଙ୍କ ଘରେ ରେଡ୍ ହୋଇଥିବା ବେଳେ ୧ ଲକ୍ଷ ୬୫ ହଜାର ୫୨୧ ଟଙ୍କା ଜବତ ହୋଇଛି । ଭଦ୍ରକର ୪ ଟି ସ୍ଥାନରେ ରେର୍ଡ ଚାଲିଥିବା ବେଳେ ସୋର ଅଫିସରେ ଭିଜିଲାନ୍ସ ପହଞ୍ଚିଛି ।
Powered by Froala Editor