ଲଣ୍ଠନ ଫାଟି ୪ ଗୁରୁତର
ରାଇସୁଆଁ: କେନ୍ଦୁଝର ତେଲକୋଇ ଥାନା ଅଂଚଳରେ ବାରମ୍ବାର ବିଦୁ୍ୟତ କାଟ ହେଉଥିବାବେଳେ ଲଣ୍ଠନ ଜାଳି ପାଠ ପଢୁଥିବା ସମୟରେ ଏକ ବଡ ଧରଣର ଅଘଟଣ ଘଟିଯାଇଛି ।
ଲଣ୍ଠନ ଫାଟି ମା’ ସହିତ ୨ ଶିଶୁ ଓ ଜେଜେବାପା ଗୁରୁତର ହୋଇଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ରାଇସୁଆଁ ପଞ୍ଚାୟତ ଝାଟିକିପଶି ଗାଁରେ । ସୂଚନା ଅନୁସାରେ ସବୁଦିନ ଭଳି ସନ୍ଧ୍ୟାରେ ବିଦୁ୍ୟତକାଟ ହୋଇଥିଲା । ଏହି ସମୟରେ ମହେନ୍ଦ୍ର ମହାନ୍ତଙ୍କ ପୁଅ ଶମ୍ଭୁନାଥ ମହାନ୍ତ ଓ ଝିଅ ଗୁଲମଲୀ ମହାନ୍ତ ଲଣ୍ଠନ ଜାଳି ପାଠ ପଢୁଥିଲେ । ପାଖରେ ବସିଥିଲେ ଜେଜେବାପା ରଘୁନାଥ ମହାନ୍ତ ଏବଂ ମା ନିରୁପମା ମହାନ୍ତ । ସବୁ ଠିକ୍ଠାକ୍ ଚାଲିଥିଲା । ମାତ୍ର ହଠାତ୍ କ’ଣ ହେଲା କେଜାଣି ଲଣ୍ଠନ ଧପ୍ଧପ୍ ହୋଇ ଜଳି ଉଠିବା ସହ ବିସ୍ଫୋରଣ ହୋଇଥିଲା । ଲଣ୍ଠନ ଫାଟି ନିଆଁ ବିଛାଡି ହୋଇପଡିବାରୁ ପୁଅ ଝିଅଙ୍କ ସହିତ ମାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଜେଜେବାପା ରଘୁନାଥ ବି ଏଥିରୁ ବର୍ତ୍ତି ନଥିଲେ । ସେମାନଙ୍କ ଦେହରେ ନିଆଁ ଲାଗିଯିବାରୁ ସେମାନେ ଯନ୍ତ୍ରଣାରେ ଛଟପଟ ହେବା ସହ ଚିକôାର କରିଥିଲେ । ପାଖ ପଡିଶା ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଡାକ୍ତରଖାନାକୁ ପଠାଇଥିଲେ । ମାତ୍ର ଅବସ୍ଥା ସାଂଘାତିକ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୪ଜଣଙ୍କ ମଧ୍ୟରୁ ୨ ଶିଶୁଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।
Powered by Froala Editor