ସେବାୟତଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
ପୁରୀ: ସେବାୟତଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆଜି ସେବାୟତଙ୍କୁ ଗୁଳିକରି ଦୁର୍ବୃତ୍ତ ମାନେ ହତ୍ୟାକରିଛନ୍ତି । ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ସେବାୟତଙ୍କୁ ଉଦ୍ଧାର କରାଯାଇ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଛି। ପୁରୀ ଲୋକନାଥ ରୋଡ ବାରବାଟୀ ନିକଟରେ ଏହି ଗୁଳିକାଣ୍ଡ ଘଟିଛି । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କୃଷ୍ଣଚନ୍ଦ୍ରଙ୍କ ଘର ପୁରୀ ହରଚଣ୍ଡୀ ସାହିରେ । ସେ ଶ୍ରୀ ମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ଥିଲେ। ଗୁନ ସିଂହାରୀ ହତ୍ୟା ଘଟଣାରେ ଦୁଇମାସ ତଳେ ସେ କୋର୍ଟରୁ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor