‘ଦ କାଶ୍ମୀର ଫାଇଲ୍ସ’କୁ ମୋଦୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପରିବାରବାଦ ରାଜନୀତି ଗଣତନ୍ତ୍ର ପାଇଁ ବିପଜ୍ଜନକ। ବିଜେପିରେ ଏହି ପରିବାରବାଦ ଶାସନ ହେବାକୁ ଦିଆଯିବ ନାହିଁ ବୋଲି ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ମୋଦୀ କହିଛନ୍ତି ଯେ ଦଳର ସାଂସଦମାନେ ପରିବାର ରାଜନୀତି ବିରୋଧରେ ଲଢେଇ କରିବା ଦରକାର। ନିର୍ବାଚନର ଯଦି କୌଣସି ସାଂସଦଙ୍କ ପୁଅ, ଝିଅ, ପୁତୁରା କିମ୍ବା ଅନ୍ୟ ସମ୍ପର୍କୀୟଙ୍କ ପ୍ରାର୍ଥୀତ୍ବକୁ ନାକଚ କରାଯାଇଥାଏ ଏଥିପାଇଁ ସେ ଦାୟୀ। ପରିବାରବାଦ ରାଜନୀତିକୁ ରୋକିବା ଏପରି ନିଷ୍ପତ୍ତି ନିଆଯାଇଛି। ନିକଟରେ ମୁକ୍ତି ଲାଭ କରିଥିବା ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’କୁ ମୋଦୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏପରି ଚଳଚ୍ଚିତ୍ର ଅଧିକରୁ ଅଧିକ ନିର୍ମାଣ ହେବା ଦରକାର। ବୈଠକରେ ନିର୍ବାଚନରେ ବିଜୟ ଓ ପରାଜୟକୁ ନେଇ ସମୀକ୍ଷା କରାଯାଇଥିଲା। ସାଂସଦମାନଙ୍କୁ କୁହାଯାଇଛି ଯେ ସେମାନେ ନିଜ ଅଞ୍ଚଳରେ ୧୦୦ଟି ବୁଥ୍କୁ ଚିହ୍ନଟ କରିବେ ଯେଉଁଠାରେ ବିଜେପି କମ୍ ଭୋଟ ପାଇଛି। ଏହିସବୁ ବୁଥକୁ ଚିହ୍ନଟ ପରେ ଏହାର କାରଣ ବାହାର କରାଯିବ। ବୈଠକରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉଦ୍ବୋଧନ ଦେଇଥିଲେ।
Powered by Froala Editor