ମ୍ୟାଗି ହେଲା ମହଙ୍ଗା, ବଢ଼ିଲା ଚା’ ଓ କଫିର ଦାମ୍
ମହଙ୍ଗା ହୋଇଛି ମ୍ୟାଗି । ମ୍ୟାଗି ନୁଡଲ୍ସ, ଚା, କଫି ଓ କ୍ଷୀର ଆଦିର ଦର ବୃଦ୍ଧି ପାଇଛି । ପିଲାମାନଙ୍କର ପସନ୍ଦ ମ୍ୟାଗିର ଛୋଟ ପ୍ୟାକେଟ ଏବେ ୧୪ ଟଙ୍କାରେ ମିଳିବ । କାରଣ ଏଫଏମସିଜି କମ୍ପାନି ନେଷ୍ଟ୍ଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି ।
କମ୍ପାନି ପକ୍ଷରୁ କୁହାଯାଇଛି, ଦିନକୁ ଦିନ ମୁଦ୍ରାସ୍ଫୀତିର ଚାପ ବଢ଼ୁଥିବାରୁ ଏସବୁର ମୂଲ୍ୟ ବୃଦ୍ଧି କରାଯାଇଛି । ମ୍ୟାଗି ନୁଡୁଲସର ଦାମ ପାଖାପାଖି ୯ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ବେଳେ ନେଷ୍ଟ୍ଲେର ୧ ଲିଟର କ୍ଷୀରର ଦାମ ପ୍ରାୟ ୪ ପ୍ରତିଶତ ବୃଦ୍ଧି ପାଇଛି ।
ସେହିପରି ହିନ୍ଦୁସ୍ତାନ ୟୁନିଲିଭରର ଚା’ ଓ କଫି ପାଉଡରର ରେଟ୍ ବୃଦ୍ଧି ହୋଇଛି । ବ୍ରୁ କଫି ୩ରୁ ୭ ପ୍ରତିଶତ ବଢ଼ିଛି । ବ୍ରୁ ଗୋଲ୍ଡ କଫି ଉପରେ ୩ରୁ ୪ ପ୍ରତିଶତ ଅଧିକ ଦର ବୃଦ୍ଧି ହୋଇଥିବା ବେଳେ ବ୍ରୁ ଇନ୍ଷ୍ଟାଣ୍ଟ୍ କଫିର ଛୋଟ ପ୍ୟାକେଟ ଉପରେ ୬.୬ ପ୍ରତିଶତ ଦର ବୃଦ୍ଧି ହୋଇଛି। ତାଜ ମହଲ ଚା’ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ତାଜ୍ମହଲ ଚା’ ଉପରେ ୩.୭ ପ୍ରତିଶତରୁ ୫.୮ ପ୍ରତିଶତ ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଛି। ବ୍ରୁକ୍ ବଣ୍ଡ ଚା’ ପ୍ୟାକେଟର ମୂଲ୍ୟ ମଧ୍ୟ ମହଙ୍ଗା ହୋଇଛି ।
Powered by Froala Editor