ଜାରି ରହିଛି ୟୁକ୍ରେନ୍-ରୁଷ ଲଢ଼େଉ, ୟୁକ୍ରେନକୁ ସହାୟତାର ହାତ ବଢ଼ାଇଲା ୟୁଏନ୍
![ଜାରି ରହିଛି ୟୁକ୍ରେନ୍-ରୁଷ ଲଢ଼େଉ, ୟୁକ୍ରେନକୁ ସହାୟତାର ହାତ ବଢ଼ାଇଲା ୟୁଏନ୍](https://odishanewslens.com/news_gallery/11663_1647326977.jpg)
ନୂଆଦିଲ୍ଲୀ: ଜାରି ରହିଛି ୟୁକ୍ରେନ୍-ରୁଷ ଲଢ଼େଉ । ଆଜିକୁ ୨୦ ଦିନରେ ପହଞ୍ଚିଛି ଯୁଦ୍ଧ । ରୁଷ ସେନା ସହ କଡ଼ା ମୁକାବିଲା କରୁଛି ୟୁକ୍ରେନ୍ । ଏହାରି ଭିତରେ ୟୁକେନକୁ ୟୁଏନ୍ ସହାୟତା କରିବା ନେଇ ଜଣାପଡ଼ିଛି । ୟୁକ୍ରେନକୁ ମାନବୀୟ ସହାୟତା ବଢ଼ାଇଛି ମିଳିତ ଜାତିସଂଘ । ୪୦ ମିଲିୟନ ଡଲାର ୟୁକ୍ରେନକୁ ଦେବାକୁ ଘୋଷଣା କରିଛି ୟୁଏନ୍ । ଏହାପୂର୍ବରୁ ଆମେରିକା ମଧ୍ୟ ୟୁକ୍ରେନକୁ ସହାୟତା କରିବା ନେଇ ଘୋଷଣା କରିସାରିଛି । ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବା ସହ ଶରଣାର୍ଥୀଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି । ଖାଲି ସେତିକି ନୁହେଁ ତାହା ସହ ଅର୍ଥ, ଖାଦ୍ୟ ଓ ଅନ୍ୟ ସହାୟତା ଦେବାକୁ ୟୁକ୍ରେନକୁ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକା । ଏନେଇ ଆମେରିକା ରାଷ୍ଟ୍ରପତି ଟ୍ବିଟ୍ କରି କହିଥିବା ଦେଖିବାକୁ ମିଳିଛି ।
Powered by Froala Editor