ସ୍ୱାମୀର ମୁଣ୍ଡ କାଟି ସ୍ତ୍ରୀ ଲୁଚାଇଲା ଠାକୁର ଘରେ
ଅଗରତାଲା: ତ୍ରିପୁରାର ଜଣେ ମହିଳା ନିଜର ସ୍ୱାମୀଙ୍କ ମୁଣ୍ଡ କାଟି ଏହାକୁ ଏକ ଜରିରେ ପୂରାଇ ଠାକୁର ଘରେ ଲୁଚାଇ ରଖିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖୋୱାଇ ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀ ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ରବୀନ୍ଦ୍ର ତନ୍ତିଙ୍କ ବୟସ ପ୍ରାୟ ୫୦ ହୋଇଥିବାବେଳେ ସେ ଜଣେ ଦିନ ମଜୁରିଆ । ପତ୍ନୀଙ୍କୁ ୪୨ବର୍ଷ ଓ ସେମାନଙ୍କର ଦୁଇ ଛୋଟ ପୁଅ ଅଛନ୍ତି ।
ରବୀନ୍ଦ୍ରଙ୍କ ପୁଅ କହିବାନୁସାରେ ମାଆଙ୍କର କିଛି ଦିନ ହେଲା ମାନସିକ ବିକୃତି ଘଟିଛି । ହୁଏତ ସେହି କାରଣରୁ ସେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥାଇପାରନ୍ତି । ମାଆ ସର୍ବଦା ସାଧା ଖାଉଥିଲେ ମଧ୍ୟ ଶୁକ୍ରବାର ରାତିରେ କୁକୁଡା ମାଂସ ଖାଇଥିଲେ । ରାତିରେ ସମସ୍ତେ ଶୋଇଥିବାବେଳେ ଏକ ଦା’ରେ ଏଭଳି ଘଟାଇଥିଲେ । ମହିଳାଙ୍କୁ ପୁଲିସ୍ ଗିରଫ କରି ତଦନ୍ତ ଚଳାଇଛି ।
Powered by Froala Editor