ମା’ଙ୍କ ପାଇଁ ଔଷଧ ଖୋଜୁଥିଲେ, ରୁଷ ସେନାର ତୋପ ମାଡରେ ଚାଲିଗଲା ଜୀବନ

ମାଆଙ୍କ ପାଇଁ ଔଷଧ ଖୋଜିବାକୁ ବାହାରି ଥିବା ଜଣେ ୟୁକ୍ରେନୀୟ ଡାକ୍ତରାଣୀଙ୍କର ରୁଷ୍ ସେନାଙ୍କ ଆକ୍ରମଣରେ ମୃତ୍ୟୁ ଘଟିଛି। ୩୧ ବର୍ଷୀୟ ୟୁକ୍ରେନୀୟ ଡାକ୍ତରାଣୀ ଭାଲେରିଆ ମାକ୍ସେତ୍ସ୍କା ଔଷଧ ଖୋଜୁଥିବା ବେଳେ ରୁଷ୍ର ଏକ ଟ୍ୟାଙ୍କ୍ ତାଙ୍କ ଉପରେ ଗୁଳି ବର୍ଷଣ କରିବାରୁ ସେ ଧ୍ୱଂସ ହୋଇଯାଇଥିବା କୁହାଯାଉଛି। ସେପଟେ ଗାଡ଼ିରେ ବସିଥିବା ତାଙ୍କ ମା’ ଇରିନା ଏବଂ ଡ୍ରାଇଭର୍ ମଧ୍ୟ ଏହି ଅତର୍କିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି।
ଭାଲେରିଆ ମାକ୍ସେତ୍ସ୍କା ଥିଲେ ଜଣେ ତାଲିମପ୍ରାପ୍ତ ଡାକ୍ତରାଣୀ। ମୃତ୍ୟୁ ପୂର୍ବରୁ ସେ ‘ୟୁନାଇଟେଡ୍ ଷ୍ଟେଟ୍ସ୍ ଏଜେନ୍ସି ଫର୍ ଇଣ୍ଟର୍ନ୍ୟାସ୍ନାଲ୍ ଡେଭ୍ଲପ୍ମେଣ୍ଟ୍’ରେ କାର୍ଯ୍ୟରତ ଥିଲେ। ରୁଷ୍ ଆକ୍ରମଣ କରିବା ପରେ ସେ ଦେଶ ଛାଡ଼ି ନ ଯାଇ ସ୍ଥାନୀୟ ଲୋକମାନଙ୍କୁ ସାହାଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ, ମା’ଙ୍କ ଔଷଧ ଶେଷ ହୋଇଯିବାରୁ ସେ ଦେଶ ଛାଡ଼ି ଚାଲିଯିବାକୁ ସ୍ଥିର କରିଥିଲେ। ସେଥିପାଇଁ ସେମାନେ ୟୁକ୍ରେନ୍ର ପଶ୍ଚିମ ସୀମାନ୍ତ ଆଡ଼କୁ ଗାଡ଼ି ଚଳାଇ ଯାଉଥିଲେ। ବାଟରେ ଗାଡ଼ି ରଖି ଭାଲେରିଆ ମା’ଙ୍କ ପାଇଁ ଔଷଧ ଖୋଜିବାକୁ ଯାଇଥିବା ବେଳେ ରୁଷ ସେନା ହାବୁଡ଼ରେ ପଡ଼ି ସେ ମୃତ୍ୟୁବରଣ କରିଛନ୍ତି।
Powered by Froala Editor