ଚିଲିକା ବିଧାୟକଙ୍କୁ ମାଡ
ଚିଲିକା: ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭୟଙ୍କର ଆକ୍ରମଣ ହୋଇଛି । ଏଥିରେ ବିଧାୟକ ଳହୁଲୁହାଣ ହୋଇଯାଇଛନ୍ତି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ବିଧାୟକ ଯାଉଥିବାବେଳେ, ତାଙ୍କୁ ଏହି ଆକ୍ରମଣର ଶିକାର ହେବାକୁ ପଡିଛି । ଲୋକମାନେ ତାଙ୍କ ଗାଡିକୁ ମଧ୍ୟ ଭାଙ୍ଗାରୁଜା କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି ।
ଆକ୍ରମଣରେ ସେ ଲହୁଲୁହାଣ ହୋଇଥିବାରୁ ତାଙ୍କୁ ପ୍ରାଥମିକ ଚିକିସôା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଧାୟକ ନିଜେ ଗାଡି ଚଳାଇ ଆସୁଥିଲେ । ଭିଡ ଅଧିକ ଥିବା ସ୍ଥାନକୁ ପ୍ରଶାନ୍ତ ଜଗଦେ୍ଧବଙ୍କ ଗାଡି ପ୍ରବେଶ କରିଥିଲା । ଏଥିରେ ଦୁଇ ଜଣ ମହିଳା ପୋଲିସ୍ କର୍ମଚାରୀ ଆହତ ହୋଇଥିବା ସହ ୩ଜଣ ସ୍ଥାନୀୟ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପରେ ଲୋକମାନେ ବିଧାୟକଙ୍କୁ ଆକ୍ରମଣ କରିଥିଲେ ।
Powered by Froala Editor