ଯୁଦ୍ଧରେ ଆମ ବିଜୟ ନିଶ୍ଚିନ୍ତ କହିଲେ ଜେଲେନସ୍କି
ୟୁକ୍ରେନ: ଋଷିଆ ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । ଯୁଦ୍ଧରେ ତାଙ୍କ ଦେଶ ବିଜୟ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କି । ଦେଶବାସୀଙ୍କୁ ଟେଲିଭିଜନରେ ବାର୍ତ୍ତା ଦେଇ ସେ କହିଛନ୍ତି ଋଷ ସହିତ ୟୁକ୍ରେନର ଯୁଦ୍ଧ ଏକ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଛି । ତେବେ ଏହା କେତେଦିନ ଧରି ଚାଲିବ ତାହା ବର୍ତ୍ତମାନଠାରୁ ଆକଳନ କରିବା ସମ୍ଭବ ନୁହେଁ । ୟୁକ୍ରେନ ମାଟିକୁ ଆମେ କେତେଦିନ ପରେ ପୁଣି ସ୍ୱାଧୀନ କରିବୁ ତାହା କହିବା କଷ୍ଟକର ।
କିନ୍ତୁ ଆମେ ଦୃଢ ନିଶ୍ଚିନ୍ତ ଯେ, ଏହା ଆମେ କରିପାରିବୁ ବର୍ତ୍ତମାନ ଆମେ ଏହି ଯୁଦ୍ଧରେ ସାମରିକ ଦୃଷ୍ଟିରୁ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚି ସାରିଛୁ । ଏଥିରେ ଆମ ବିଜୟ ନିଶ୍ଚିନ୍ତ । ଏଥିସହିତ ସେ ଋଷ ଉପରେ ଆହୁରି ଅଧିକ ବାସନ୍ଦ ଓ କଟକଣା ଲଗାଇବାକୁ ବିଶ୍ୱ ସମୁଦାୟକୁ ଅନୁରୋଧ କରିଛନ୍ତି ।
ୟୁକ୍ରେନ ଉପରେ ଏକତରଫା ଆକ୍ରମଣ କାରଣରୁ ଆମେରିକା ସମେତ ୟୁରୋପୀୟ ୟୁନିୟନ ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷ ବିରୋଧରେ କଠୋର ବାସନ୍ଦ ବ୍ୟବସ୍ଥା ଲଗାଇଛନ୍ତି । ଏହା ଫଳରେ ଆର୍ଥିକ ଓ ସାମରିକ ଭାବେ ଋଷ ବହୁଳ ଭାବେ କ୍ଷତିଗ୍ରସ୍ତ ହେବ ।
Powered by Froala Editor