ଋଷୀୟ ସୈନ୍ୟଙ୍କୁ ଯୋଗାଇ ଦିଆଯାଉଛି ଗ୍ୟାସ ମାସ୍କ

ୟୁକ୍ରେନ: ଋଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନିୟୋଜିତ ଥିବା ଋଷୀୟ ସୈନ୍ୟମାନଙ୍କୁ ଗ୍ୟାସ ମାସ୍କ ଯୋଗାଇ ଦିଆଯାଉଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଋଷ ହୁଏତ ୟୁକ୍ରେନ ଉପରେ ରାସାୟନିକ ଆକ୍ରମଣ କରିପାରେ । ୟୁକ୍ରେନ ଆକ୍ରମଣରେ ବିଫଳ ହୋଇଥିବା ଋଷ ଆଗାମୀ ଦିନରେ ଏଠାରେ ରାସାୟନିକ ଅସ୍ତ୍ର ବ୍ୟବହାର କରିପାରେ ବୋଲି ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ୟୁକ୍ରେନ ରାଷ୍ଟ୍ରପତ୍ି ଭ୍ଲୋଦିମିର ଜେଲେନସ୍କି କହିଥିଲେକି ଋଷର ଆକ୍ରମଣ ତୃତୀୟ ସପ୍ତାହରେ ପହଂଚି ସାରିଛି । କିନ୍ତୁ ଋଷ ଯେଉଁ ସ୍ୱପ୍ନ ଦେଖିଥିଲା ତାକୁ ୟୁକ୍ରେନ ସେନା ଧୂଳିସାତ୍ କରିଦେଇଛନ୍ତି । ଏହି କାରଣରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବା ଲାଗି ଯୋଜନା କରିଛନ୍ତି । ଦେଶବାସୀଙ୍କୁ ଟେଲିଭିଜନରେ ସମ୍ବୋଧନ କରିବା ଅବସରରେ ଋଷ ସୈନ୍ୟମାନଙ୍କୁ ଏଭଳି ଅସ୍ତ୍ର ପ୍ରୟୋଗ କରିବେ ବୋଲି ଜେଲେନସ୍କି ପ୍ରଶ୍ନ କରିଛନ୍ତି । ସେମାନଙ୍କୁ ପଚାରିଛନ୍ତି କେଉଁଠାରେ ଆକ୍ରମଣ କରିବେ? ମାରିଉପଲ୍ ମାତୃ ଓ ଶିଶୁ ହସ୍ପିଟାଲ ନା ଖାରକିଭ୍ ଚର୍ଚ୍ଚ ନା ଓଖମାଡି ଶିଶୁ ହସ୍ପିଟାଲ? ସେ କହିଛନ୍ତି ଋଷଠାରୁ ପୃଥକ ହେବା ଦିନଠାରୁ ୟୁକ୍ରେନର ବିଭିନ୍ନ ଲ୍ୟାବରେ କେବଳ ଟେକ୍ନୋଲୋଜିର ବିକାଶ କରାଯାଉଛି । କୌଣସି ସାମରିକ କୌଶଳ ବିକାଶ ହେଉନି ।
Powered by Froala Editor