ପାକିସ୍ତାନରେ ପଡ଼ିଲା ଭାରତର ମିଜାଇଲ, ପାକିସ୍ତାନୀ ଭୟଭୀତ

ନୂଆଦିଲ୍ଲୀ : ପାକିସ୍ତାନରେ ପଡ଼ିଛି ଭାରତ ମିଜାଇଲ । ଯାହାକୁ ନେଇ ପାକିସ୍ତାନୀମାନେ ଭୟଭୀତ ହୋଇ ପଡ଼ିଛନ୍ତି । କିନ୍ତୁ ବାସ୍ତବରେ ଭୁଲରେ ଭାରତର ମିସାଇଲ ପାକିସ୍ତାନରେ ପଡ଼ିଯାଇଥିଲା । ଏଥିପାଇଁ ଭାରତ ଦୁଃଖ ପ୍ରକାଶ କରିଛି ।
ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ବ୍ରହ୍ମୋସ ମିସାଇଲ ଭୁଲରେ ପାକିସ୍ତାନ ସୀମାରେ ମାଡ଼ ହୋଇଯାଇଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ପାକିସ୍ତାନର କହିବା କଥା ହେଉଛି, ଭାରତର ମିସାଇଲଟି ୪୦ ହଜାର ଫୁଟ ଉଚ୍ଚରେ ବିସ୍ଫୋରଣ ହେବା ସହ ତିନିଗୁଣା ବେଗରେ ପାକ ସୀମାର ୧୦୦ କିମି ପରିଧି ଭିତରକୁ ପ୍ରବେଶ କରିଯାଇଥିଲା । ଅପରପକ୍ଷରେ ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଭାରତ ବାୟୂସେନାର ଏକ ବେସରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଲଂଚ ହୋଇଥିଲା । କିନ୍ତୁ ଏତେ ସୁରକ୍ଷାତ୍ମକ ପଦ୍ଧତି ସତ୍ୱେ ଭୁଲରେ ଏହା କିଭଳି ଫାୟାର ହୋଇଗଲା ବୋଲି ଯାଂଚ ଆରମ୍ଭ ହୋଇଯାଇଛି ।
ଅପରପକ୍ଷରେ ଏବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଭାରତର ମିଜାଇଲ ପାକିସ୍ତାନ ସୀମାରେ ପଡ଼ିଥିବାରୁ ପାକିସ୍ତାନୀମାନେ ଭୟଭୀତ ହୋଇଯାଇଛନ୍ତି । ଅଚାନକ ସୁପରସୋନିକ ମିସାଇଲ ପଡ଼ିଥିବାରୁ ପାକ ସରକାର ଚକିତ ହୋଇଯାଇଛନ୍ତି । ଏଭଳି ମିସାଇଲ ମାଡ଼ ଦ୍ୱାରା ଯଦିଓ କିଛି କ୍ଷତି ହୋଇନାହିଁ ତଥାପିବି ବହୁ କ୍ଷୟକ୍ଷତିର ଆଶଙ୍କା ରହିଥିଲା । ଭାରତ ଆଗକୁ ଏଥିପ୍ରତି ସତର୍କ ରହୁ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି ।
Powered by Froala Editor