ଜଳୁଛି ଧକ୍କା ଦେଇଥିବା ଟ୍ରକ୍
ସମ୍ବଲପୁର: ମୃତୁ୍ୟ କାହାକୁ କେତେବେଳେ ଅପେକ୍ଷା କରିଥାଏ, ତାହା କହିହେବ ନାହିଁ । ଆଜି ମର୍ଣ୍ଣିଂୱାକ୍ ସମୟରେ ଟ୍ରକ୍ ଧକ୍କା ଦେବାରୁ ଜଣେ ପ୍ରାଣ ହରାଇଛନ୍ତି । ଏନ୍ଏଚ-୫୩ ସର୍ଲାପାଲି ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ସାକ୍ଷୀପଡା ଅଂଚଳର ଆଇନଜୀବି ହୋଇଥିବା ସୂଚନା ମିଳିଛି ।
ଏଥିପାଇଁ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତାରୋକ କରିବା ସହ ଧକ୍କା ଦେଇଥିବା ଟ୍ରକରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ଫଳରେ ଟ୍ରକଟି ହୁ ହୁ ହୋଇ ଜଳିବାରେ ଲାଗିଛି । ଧୀରେଧୀରେ ନିଆଁ ଉଗ୍ର ରୂପ ଧରଣ କରିବାରେ ଲାଗିଛି । ଘଟଣାସ୍ଥଳରେ ପୋଲିସ୍ ବାହିନୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଏଯାଏ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିନଥିବା ସୂଚନା ମିଳିଛି ।
Powered by Froala Editor