ଜଙ୍ଗଲକୁ କାଠ ପାଇଁ ଯାଇଥିବା ନାବାଳିକା ଦୁଷ୍କର୍ମର ଶିକାର
ସୁନ୍ଦରଗଡ଼ କିଞ୍ଜିରକେଲା ଥାନା ଅଞ୍ଚଳରେ ଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଯୁବକ ଜଣକ ହେଲେ ନୂଆଡିହିର ଅନୀଲ ତିର୍କୀ (୨୧)। ଖବର ଅନୁଯାୟୀ, ନାବାଳିକା ଜଣଙ୍କ ଜଙ୍ଗଲରୁ କାଠ ନେଇ ଘରକୁ ଫେରୁଥିଲେ । ଠିକ୍ ଏହି ସମୟରେ ନାବାଳିକାଙ୍କୁ ଏକାକୀ ଥିବା ସୁଯୋଗ ନେଇ ଦୁଷ୍କର୍ମ କରିଥିଲେ । ଏହା ପରେ କାହାକୁ କିଛି କହିଲେ ଜୀବନରେ ମାରିଦେବାର ଧମକ ଦେଇ ଅନୀଲ ଗାଁକୁ ଚାଲି ଆସିଥିଲେ। ନାବାଳିକା କାନ୍ଦି କାନ୍ଦି ଘରକୁ ଆସି ସବୁ କଥା କହିବା ପରେ ପରିବାର ଲୋକେ ଥାନାକୁ ଯାଇ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହିକ୍ରମରେ ଅଭିଯୁକ୍ତ ଅନୀଲ ତିର୍କୀଙ୍କୁ ଗିରଫ କରିଛି ପୋଲିସ ।
Powered by Froala Editor