ଉପରମୁହାଁ ସେୟାର ମାର୍କେଟ
ବିଧାନସଭା ନିର୍ବାଚନର ଫଳ ଆସିବା ପୂର୍ବରୁ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି । ଗୁରୁବାର ସେନ୍ସେକ୍ସ ୫୬ ହଜାର୨୪୨ରେ ୧ ହଜାର ୫୯୫ ପଏଣ୍ଟ ବୃଦ୍ଧି ହୋଇଛି । ଅନ୍ୟପଟେ ନଫ୍ଟିରେ ମଧ୍ୟ ବୃଦ୍ଧି ପରିଲିକ୍ଷିତ ହୋଇଛି । ନିଫ୍ଟି ୪୧୨ ପଏଣ୍ଟ ସହ ୧୬ ହଜାର ୭୫୭ ପଏଣ୍ଟରେ ଖୋଲିଥିଲା।
ବିଶେଷ ଭାବେ ଟାଟା ମୋଟର୍ସ, ଏସିଆନ ପେଣ୍ଟସ, ହଲ, ଆକ୍ସିସ ବ୍ୟାଙ୍କ ଓ ଏସବିଆଇ ନିଫ୍ଟିରେ ବୃଦ୍ଧି ପାଇଛି। ଆକ୍ସିସ୍ ବ୍ୟାଙ୍କ୍ର ସେୟାରରେ ୭ ପ୍ରତିଶତ ବୃଦ୍ଧି ହୋଇଛି । ଟାଟା ମୋଟର୍ସର ୬ ପ୍ରତିଶତ ଏବଂ ଏସ୍ବିଆଇର ଷ୍ଟକ୍ରେ ୫ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଅନ୍ୟ ପକ୍ଷରେ ବିଶ୍ବ ବଜାରରେ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୧୩.୨% ହ୍ରାସ ପାଇଛି ଓ ଏହା ୧୬.୮୪ ଡଲାରରେ ପହଞ୍ଚିଛି। ଆମେରିକାରେ ଏହାର ମୂଲ୍ୟ ବ୍ୟାରେଲ ପିଛା ୧୫.୪୪ ଡଲାରରୁ ୧୦୮.୭୦ ଡଲାରକୁ ହ୍ରାସ ପାଇଛି। ଗ୍ଲୋବାଲ୍ ବଜାରରେ ମଧ୍ୟ ଗ୍ରୀନ୍ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଯାହାକୁ ନେଇ ଆଜିର କାରବାର ଭଲ ହେବା ନେଇ ଆଶା କରାଯାଉଛି ।
Powered by Froala Editor