୧୩୨୦ ଗ୍ରାମ ବ୍ରାଉନସୁଗର ଜବତ, ୩ ଗିରଫ

ଖୋର୍ଦ୍ଧା: ଆଜି ପୁଣି ଏସଟିଏଫ ଜାଲରେ ପଡିଛି ନିଶା ବେପାରୀ । ଖୋର୍ଦ୍ଧା ଜଟଣୀ ରାଜା ବଜାରରୁ ୧୩୨୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ବ୍ରାଉନସୁଗର ସହିତ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏହାସହିତ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।
ସୂଚନା ଅନୁସାରେ, ରାଜ୍ୟରେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ନିଶା କାରବାର ଘଟଣା ସାମ୍ନାକୁ ଆସୁଛି । ଫଳରେ ନିଶା ବେପାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲାଣି ।
Powered by Froala Editor