ନିର୍ବାଚନ କମିଶନଙ୍କ ନିଷ୍ପତ୍ତି:ହୋଇପାରିବ ବିଜୟ ଶୋଭାଯାତ୍ରା

ନୂଆଦିଲ୍ଲୀ: ଜାରି ରହିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । ହାର ଜିତର ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେଉଛି । ଏହାରି ଭିତରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ମହାମାରୀ କୋରୋନା ପାଇଁ ବିଜୟ ଶୋଭାଯାତ୍ରା ଉପରେ ଲଗାଯାଇଥିବା ବ୍ୟାନକୁ ଆଜି କମିଶନ ହଟାଇ ଦେଇଛନ୍ତି। ଏହାର ଅର୍ଥ ଫଳାଫଳ ପ୍ରକାଶ ପାଇବା ପରେ ବିଜୟୀ ପ୍ରାର୍ଥୀମାନେ ଶୋଭାଯାତ୍ରା କରି ଉତ୍ସବ ପାଳନ କରିପାରିବେ ।
ବିଜୟ ଶୋଭାଯାତ୍ରାକୁ ଅନୁମତି ମିଳିଥିଲେ ହେଁ କଟକଣା ମଧ୍ୟରେ ବିଜୟୀ ପ୍ରାର୍ଥୀମାନେ ଶୋଭାଯାତ୍ରା କରିପାରିବେ ବୋଲି କହିଛନ୍ତି ନିର୍ବାଚନ କମିଶନ । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା କଟକଣା ପାଳନ କରିବା ସହ ସମସ୍ତଙ୍କୁ ମାସ୍କ ପରିଧାନ କରିବାକୁ ମଧ୍ୟ କୁହାଯାଇଛି । ଦେଶରେ ବର୍ତ୍ତମାନ କୋରୋନା ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିଜୟ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି ।
ବୁଧବାର ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ କୌଣସି ପ୍ରକାରର ବିଜୟ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ ଏପରି ବ୍ୟବସ୍ଥା ହୋଇଥିବା ସେ କହିଥିଲେ। ତେବେ ଆଜି ଭୋଟ ଗଣତି ଚାଲିଥିବା ବେଳେ ହିଁ ଭାରତୀୟ ନିର୍ବାଚନ କମିଶନ ଗାଇଡଲାଇନ ବଦଳାଇଛନ୍ତି। ତେଣୁ ପଞ୍ଜାବରେ ମଧ୍ୟ ବିଜୟ ଶୋଭାଯାତ୍ରା ଏକ ପ୍ରକାର ନିଶ୍ଚିତ ହୋଇଛି ।
Powered by Froala Editor