ଉତରପ୍ରଦେଶରେ ପୁଣି ଯୋଗୀ ସରକାର, ୨୦୦ ସିଟରେ ବିଜେପି ଆଗୁଆ
ନୂଆଦିଲ୍ଲୀ : ଉତରପ୍ରଦେଶରେ ପୁଣି ଥରେ ଯୋଗୀ ଆଦିତ୍ୟନାଥ ସରକାର ଗଢ଼ିବେ । ୧୯୮୫ ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ଗଡ଼ ରକ୍ଷା କରିବାରେ ସମର୍ଥ ହୋଇଛନ୍ତି । ଗତ ନିର୍ବାଚନରେ ତାଙ୍କ ଦଳ ୩୦୦ରୁ ଉଦ୍ଧ୍ୱର୍ ଆସନ ହାସଲ କରିଥିଲେବି ଏଥର ତାହା କମିବ । ତେବେ ଯୋଗୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଉଜ୍ଜ୍ୱଳ ରହିଛି ।
ଭାରତୀୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଏଯାବତ ୩୨୦ ଆସନରେ ଗଣତି ହୋଇଛି । ଯେଉଁଥିରେ ବିଜେପି ୨୦୦ ଆସନରେ ଆଗୁଆ ରହିଛି । ଆପନା ଦଳ ୮ ଆସନରେ ଆଗୁଆ ଥିବାବେଳେ ମାୟାବତୀଙ୍କ ବିଏସପି ମାତ୍ର ୫ ଆସନରେ ଅଗ୍ରଣୀ ଲାଭ କରିଛି । କଂଗ୍ରେସ ୩ ଆସନରେ ଆଗୁଆ ଥିବାବେଳେ ଜନତା ଦଳ ୟୂନାଇଟେଡ଼ ଗୋଟଇ ଆସନ, ଜନସତା ଦଳ ଲୋକତାନ୍ତ୍ରିକ ୨ ଆସନ, ନିର୍ବଳ ଭାରତୀୟ ଶୋଷିତ ହମରା ଆମ ଦଳ ୪ ଆସନରେ ଆଗୁଆ ରହିଛି । ରାଷ୍ଟ୍ରୀୟ ଲୋକ ଦଳ ୬ ଆସନରେ ଆଗୁଆ ଥିବାବେଳେ ଏସପି ୮୯ ଆସନରେ ଅଗ୍ରଣୀ ହାସଲ କରିଛି । ଗତ ନିର୍ବାଚନ ତୁଳନାରେ ଏସପି ଭଲ ପ୍ରଦର୍ଶନ କରିଥିଲେବି ସରକାର ଗଢ଼ିବା ସମ୍ଭାବନା କ୍ଷୀଣ । ସେହିପରି ସୁହେଲଦେବ ଭାରତୀୟ ସମାଜ ପାର୍ଟି ୨ ଆସନରେ ଆଗୁଆ ରହିଛି ।
ଉତରପ୍ରଦେଶରେ ୪୦୩ ବିଧାନସଭା ଆସନ ରହିଛି । ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୧୨ ଆସନରେ ବାଜିମାତ କରିଥିବାବେଳେ ବହୁଜନ ସମାଜ ପାର୍ଟି ୧୯ ଆସନରେ ଜିତିଥିଲା । ଯେତେବେଳେକି ସମାଜବାଦୀ ପାର୍ଟିକୁ ୪୭ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ଭାରତୀୟ ଜାତୀୟ କଂଗ୍ରେସ ୭ ଆସନରେ ଜିତିଥିବାବେଳେ ସ୍ୱାଧୀନ ଭାବେ ୩ ଜଣ ଜିଣିଥିଲେ । ଅପରପକ୍ଷରେ ରାଷ୍ଟ୍ରୀୟ ଲୋକ ଦଳକୁ ଗୋଟିଏ, ଅପନା ଦଳକୁ ୯ଟି, ସୁହେଲଦେବ ଭାରତୀୟ ସମାଜ ପାର୍ଟିକୁ ୪ ଓ ନିର୍ବଳ ଭାରତୀୟ ଶୋଷିତ ହମରା ଆମ ଦଳକୁ ଗୋଟିଏ ଆସନ ମିଳିଥିଲା । ଭାରତୀୟ ଜନତା ପାର୍ଟି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲା ।
Powered by Froala Editor