ବିଫଳ ହେଲା ପ୍ରତିରୋପଣ : ୨ ମାସ ପରେ ଘୁଷୁରୀ ହାର୍ଟ ଲଗାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ

ଦୁଇମାସ ପୂର୍ବେ ଆମେରିକାରେ ଏକ ବିରଳ ପରୀକ୍ଷଣ ହୋଇଥିଲା। ଏହି ପରୀକ୍ଷଣରେ ପ୍ରଥମଥର ପାଇଁ ମଣିଷ ଶରୀରରେ ଘୁଷୁରି ହାର୍ଟ ପ୍ରତିରୋପଣ କରାଯାଇଥିଲା। ତେବେ ୨ମାସ ପରେ ପ୍ରତିରୋପଣ ହୋଇଥିବା ୫୭ ବର୍ଷୀୟ ଡେଭିଡ୍ ବେନେଟ୍ ଙ୍କ ମୃତ୍ୟୁ ଘଟିଛି। ଅସ୍ତ୍ରୋପଚାର କରିଥିବା ମେରିଲ୍ୟାଣ୍ଡ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ସେ କେଉଁ କାରଣରୁ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା ବୋଲି ଡାକ୍ତରମାନେ କହିଛନ୍ତି ।
ବେନେଟଙ୍କ ପୁଅ ହୃତପିଣ୍ଡ ପ୍ରତିରୋପଣ ନେଇ ଡାକ୍ତରଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ, ଏହା ଆଗାମୀ ଦିନରେ ଅଙ୍ଗ ପ୍ରତିରୋପଣ ଜନିତ ଅଭାବ ଦୂର କରିବ ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୭, ୨୦୨୨ରେ ଡାକ୍ତରମାନେ ବେନେଟଙ୍କ ଠାରେ ଘୁଷୁରୀ ହୃତପିଣ୍ଡର ସଫଳ ପ୍ରତିରୋପଣ କରିଥିଲେ । କିନ୍ତୁ ପ୍ରତିରୋପଣ ପରେ ବେନେଟ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତରମାନେ ନିଶ୍ଚିତ କରିନଥିଲେ । ତେବେ ଏହି ପ୍ରକ୍ରିୟା ଏକ ମାଇଲଷ୍ଟୋନ୍ ହୋଇ ରହିବ ବୋଲି ସେମାନେ କହିଥିଲେ । କିନ୍ତୁ ତାହା ବିଫଳ ହୋଇଛି।
Powered by Froala Editor