ଆସନ୍ତା ୪ ଦିନ ଯାଏଁ ଶୁଖିଲା ପାଗ

ଭୁବନେଶ୍ବର: ଓଡିଶା ଉପରେ ବର୍ତ୍ତମାନ ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନାହିଁ । ଏଥିପାଇଁ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦିନ ତାପମାତ୍ରା ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । କିନ୍ତୁ ଭୁବନେଶ୍ବରରେ ଆଜି ଦିନ ତାପମାତ୍ରା ପାଖାପାଖି ୩୫ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ସର୍ବୋଚ୍ଚ ଦିନ ତାପମାତ୍ରା ବୌଦ୍ଧ ଠାରେ ୩୬.ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ଏବଂ କଟକରେ ୩୩.୮ ଡିଗ୍ରୀ ସେଲସିୟସ ରେକର୍ଡ କାରଯାଇଛି । ୬ଟି ଜିଲ୍ଲାରେ ବର୍ତ୍ତମାନ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ, ବଲାଙ୍ଗୀର, ସୋନପୁର,ସମ୍ବଲପୁର, ଅନୁଗୋଳ, ଝାରସୁଗୁଡା ।
Powered by Froala Editor