ମହାନଦୀରେ ମଲା କୁମ୍ଭୀର

ବୌଦ୍ଧ: ବୌଦ୍ଧ ବ୍ଲକ ଜଗତିଠାରେ ମହାନଦୀ ବାଲିକୁଦାରୁ ଏକ କୁମ୍ଭୀର ଶବ ମିଳିଛି । ଜଗତି ଜଗନ୍ନାଥପୁରଠାରେ ମହାନଦୀ ବାଲିକୁଦରେ ଶନିବାର ଏକ ମଲା କୁମ୍ଭୀର ପଡିଥିବା ଦେଖି ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ । ବନ କର୍ମଚାରୀମାନେ କୁମ୍ଭୀର ଶବକୁ ବାମଣ୍ଡା ବନ ନର୍ସରୀରେ ରଖିଥିଲେ । ନନ୍ଦନକାନନର ଏକ ବିଶେଷଜ୍ଞ ଦଳ ଆଜି ଏଠାରେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ପ୍ରାଣୀ ଚିକିସôକ ଡା. ପ୍ରିୟବ୍ରତ ବେହେରା କୁମ୍ଭୀର ଶବ ବ୍ୟବଚ୍ଛେଦ କରିଥିଲେ । କୁମ୍ଭୀରର ବୟସ ୭ବର୍ଷ ଏବଂ ଏହା ୭.୫ଫୁଟ ଲମ୍ବା ଓ ୩୦ଇଞ୍ଚ ଚଉଡା ବୋଲି ଡା.ବେହେରା ସୂଚନା ଦେଇଛନ୍ତି । କୁମ୍ଭୀର ମୃତ ଦେହର କୌଣସି କ୍ଷତ ନ ଥିଲା । କିନ୍ତୁ ଅଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ଏହାର ମୃତୁ୍ୟ ହୋଇଥିବା ଜଣାପଡିଛି ।
Powered by Froala Editor