ବାରହା ଭାବି ଯୁବତୀଙ୍କୁ ଗୁଳି ମାରିଦେଲେ ଶିକାରୀ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ କୁଲଟା ପଞ୍ଚାୟତ ଲମଟି ଗାଁରେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି । ବାରହା ଭାବି ସ୍ଥାନୀୟ ଅଞ୍ଚଳର ଶିକାରୀ ଜଣେ ଯୁବତୀଙ୍କୁ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ୧୮ ବର୍ଷୀୟ ଉର୍ବଶୀ ନାଏକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଉର୍ବଶୀ ନିଜ ମାମୁଁଘରେ ପାଠ ପଢୁଥିଲେ । ପାଖ ଜଙ୍ଗଲକୁ ସେ କାଠ ଆଣିବାକୁ ଯାଇଥିଲେ । ତେବେ କାଠ ଆଣିବା ବେଳେ ସ୍ୱାଭାବିକ ଭାବେ ଶବ୍ଦ ହୋଇଥାଏ । କିନ୍ତୁ ବାରହା ଶିକାର ପାଇଁ ଛକି ରହିଥିବା ଶିକାରୀମାନେ ଅତର୍କିତ ଭାବେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ଗୁଳିଟି ତାଙ୍କ ପିଚାରେ ଲାଗିବାରୁ ସେ ଚିତ୍କାର କରି ତଳେ ଲୋଟି ଯାଇଥିଲେ । ଖବର ପାଇ ପୁଲିସ ପ୍ରାଥମିକ ତଦନ୍ତ କରିବା ସହ ଦୁଇଜଣଙ୍କୁ ଅଟକ ରଖି ପଚରାଉଚର।। କରୁଛି । ପୂର୍ବରୁ ମଧ୍ୟ ବାରହା ଶିକାର ପାଇଁ ବିଛା ଯାଇଥିବା ବିଜୁଳି ତାର ସ୍ପର୍ଶରେ ଆସି ଜଣେ ଯୁବକ ମୃତ୍ୟୁବରଣ କରିଥିଲେ ।
Powered by Froala Editor