ଆଜି ରାଜ୍ୟରେ ୧୨୦କରୋନା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୨୦କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୬୯ଜଣ ରହିଥିବାବେଳେ ୫୧ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୨୬ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ସମ୍ବଲପୁରରୁ ସର୍ବାଧିକ ୨୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗଜପତିରୁ ୧୫, କଟକରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, ଯାଜପୁରରୁ ୯, ଝାରସୁଗୁଡାରୁ ୧୨, କୋରାପୁଟରୁ ୪, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୪, ପୁରୀରୁ ୧, ରାୟଗଡାରୁ ୨, ସୁନ୍ଦରଗଡରୁ ୪ଜଣ ଓ ରାଜ୍ୟପୁଲରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୬ହଜାର ୯କୁ ବୃଦ୍ଧି ପାଇଛି ।
Powered by Froala Editor