ନିର୍ବାଚନୀ ତାତି: ଖୋଲା ଜିପ୍ ଡିମାଣ୍ଡରେ

ଭୁବନେଶ୍ୱର: ରାଜ୍ୟରେ ଏବେ ନିର୍ବାଚନୀ ତାତି । ପୌର ନୀର୍ବାଚନ ପାଇଁ ପୌରାଞ୍ଚଳ ଗୁଡିକରେ ରାଜନୈତିକ ମଇଦାନ ସରଗରମ୍ ହୋଇଛି । ତେବେ ନିର୍ବାଚନ ଆସିଲେ ଖୋଲା ଜିପ୍ ଖୋଜା ପଡେ । ସବୁ ପ୍ରାର୍ଥୀଙ୍କ ଏହା ପ୍ରଥମ ପସନ୍ଦ । ଖୋଲା ଜିପରେ ହାତ ଯୋଡି ଭୋଟ ପ୍ରଚାର କରିବେ । ଏଥିଲାଗି ରାଜଧାନୀରେ ଏବେ ଖୋଲା ଜିପର ଚାହିଦା ବଢିଯାଇଛି । ନୋମିନେସନ ଦାଖଲ ସମୟରେ ଏହି ଖୋଲା ଜିପରେ ଗେଣ୍ଡୁ ହାର ସଜାଇ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ନେଇ ଆସୁଥିବା ଦେଖିବାକୁ ମିଳୁଛି । ତେବେ ଆଗକୁ ନାମାଙ୍କନ ଦାଖଲ ରାଲି ପାଇଁ ପ୍ରାର୍ଥୀମାନେ ଆଗୁଆ ଜିପ୍ ବୁକିଂ କରିସାରିଥିବା ଜଣାପଡିଛି ।
Powered by Froala Editor