ଝିଅ ହେବା ପରେ ଆଦିତ୍ୟ କହିଲେ, ‘ମୋ ପାଇଁ ଗୋଟେ ପରୀ ଆସିଛି’
ବଲିଉଡ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ବାପା, ମା’ ହୋଇଯାଇଛନ୍ତି । ଗତ ୨୪ ତାରିଖରେ ଶ୍ୱେତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଦିତ୍ୟ ନାରାୟଣ ଖୋଦ ଏହି ସୂଚନା ନିଜ ଇନଷ୍ଟାରେ ଦେଇ ବେଶ୍ ଖୁସି ଜାହିର କରିଛନ୍ତି। ଏପରିକି ଆଦିତ୍ୟ ନିଜେ ଏକ କନ୍ୟା ସନ୍ତାନ ଚାହୁଁଥିବା ବେଳେ ଭଗବାନ ତାଙ୍କ ଆଶା ପୂରଣ କରିଥିବା କହିଛନ୍ତି। ଏହାପରେ ବଲିଉଡର ସେଲିବ୍ରିଟଙ୍କ ତରଫରୁ ନାରାୟଣ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି। ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି। ଏ ନେଇ ଆଦିତ୍ୟ ନାରାୟଣ ଏକ ସାକ୍ଷାତକାରରେ କହିଛନ୍ତି, ପୁଅ ହେବ ବୋଲି ସମସ୍ତେ କହୁଥିଲେ। କିନ୍ତୁ ଝିଅ ହେଉ ବୋଲି ମୁଁ ଅନ୍ତରରୁ ଚାହୁଁଥିଲି। ଝିଅ ପିତାଙ୍କ ହୃଦୟର ବହୁତ ନିକଟତର ବୋଲି ଜାଣିଥିଲି। ତେଣୁ ମୁଁ ବହୁତ ଖୁସି ଯେ, ମୁଁ ଏକ କନ୍ୟା ସନ୍ତାନର ଜନକ । ଝିଅ ଜନ୍ମ ହେବା ପରେ ଶ୍ୱେତାଙ୍କ ପାଇଁ ମୋ ମନରେ ଭଲ ପାଇବା ଓ ସମ୍ମାନ ଦୁଇ ଗୁଣ ହୋଇଯାଇଛି। ସେଥିପାଇଁ ମୁଁ ବୁହତ ଖୁସି ମୋ ପାଇଁ ଗୋଟେ ପରୀ ଆସିଛି ।
Powered by Froala Editor