ନାଳରେ ଭାସିଗଲା କାର୍, ୭ ମୃତ
ଆଗର ମାଲୱା : ମାତା ବଗଳାମୁଖିଙ୍କ ଦର୍ଶନ ପାଲଟିଲା ଶେଷଯାତ୍ରା । ମଧ୍ୟ ପ୍ରଦେଶର ମାଲୱା ଅଞ୍ଚଳରେ ଅବସ୍ଥିତ ବଗଳାମୁଖି ମାତାଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ କାର୍ଟି ବର୍ଷା ଜଳପୂର୍ଣ୍ଣ ନାଳରେ ବୁଡ଼ିଯାଇଛି । ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏସ୍ପି ଦିଲ୍ଲୀପ ସୋନିଙ୍କ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୭ ଜଣ ବ୍ୟକ୍ତି ଓଡ଼ିଶାର ଓ ଗାଡ଼ି ଚାଳକ ଜଣକ ମଧ୍ୟ ପ୍ରଦେଶର ବାସିନ୍ଦା ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ମହିଳା ଓ ୩ ପୁରୁଷ ସାମିଲ ଅଛନ୍ତି ।
ଶନିବାର ମା' ବଗଳାମୁଖି ମନ୍ଦିରରେ ଦର୍ଶନ ଶେଷ କରି ଶ୍ରଦ୍ଧାଳୁଙ୍କୁ ନେଇ ଏକ କାର୍ ଫେରୁଥିଲା । ଏହି ସମୟରେ ବର୍ଷାଜଳ ପୂର୍ଣ୍ଣ ନାଳ ପାର୍ କରୁଥିବା ସମୟରେ କାର୍ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଆଖିପିଛୁଳାକେ ପାଣିର ସ୍ରୋତରେ କାର୍ଟି ଭାସିଯାଇଥିଲା । ଏହି ଦୁର୍ଘଟଣା ଏତେ ତତ୍କ୍ଷଣାତ୍ ଘଟିଥିଲା ଯେ, ଏଥିରୁ ବର୍ତ୍ତିବା ପାଇଁ ମଉକା ମିଳିନଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ କାର୍ରୁ ୮ ଜଣଙ୍କ ମୃତଦେହ ବାହାର କରାଯାଇଛି । ସମସ୍ତଙ୍କ ପରିଚୟ ଚିହ୍ନଟ କରାଯିବାର ପ୍ରକ୍ରିୟା ଜାରି ରହିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ, ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ୟ୍ୟନ୍ତ କାର୍ରେ କେହି ଜୀବିତ ବ୍ୟକ୍ତି ଥିବାର ସନ୍ଧାନ ମିଳିନାହିଁ । ସମସ୍ତ ମୃତଦେହଗୁଡିକକୁ ବାହାର କରାଯିବା ପରେ କାର୍ଟିକୁ ଦୌଡ଼ି ଦ୍ବାରା ଉପରକୁ ଟଣାଯାଉଛି । ଏହା ମଧ୍ୟରେ ଆହୁରି ମୃତଦେହ ରହିଥିବା ସନ୍ଦେହ କରାଯାଉଛି । କାର୍ଟିରେ ସମୁଦାୟ କେତେ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ ଏହାର ସୂଚନା ମିଳିପାରିନାହିଁ । ପୋଲିସ୍ ଅନୁଯାୟୀ, ମୃତକମାନେ ଆଗର ମାଲୱାର ନାଲଖେଡା ସ୍ଥିତ ଲଖୁନ୍ଦର ନଦୀ କୂଳରେ ଅବସ୍ଥିତ ବଗଳାମୁଖୀ ମନ୍ଦିର ଦର୍ଶନ କରି ଫେରୁଥିଲେ ।
Powered by Froala Editor