ୱାଲର୍ଡ ୱାଇଡ୍ ୧୦୦ କୋଟି ଆୟ କଲାଣି ‘ଗଙ୍ଗୁବାଇ କାଠିଆୱାଡି’

ବହୁ ବିବାଦ ପରେ ରିଲିଜ ହୋଇଥିବା ‘ଗଙ୍ଗୁବାଇ କାଠିଆୱାଡି’ ଏବେ ଧମାଲ ପରେ ଧମାଲ କରୁଛି । ସଞ୍ଜୟ ଲିଲା ଭଂସାଲିଙ୍କ ନିର୍ଦ୍ଦେଶିତ ‘ଗଙ୍ଗୁବାଇ କାଠିଆୱାଡି’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବାରେ ଲାଗିଛି । ଏକ ଶାନଦାର୍ ଓପନିଂ ସହ ପ୍ରାୟ ସପ୍ତାହେ ମଧ୍ୟରେ ବକ୍ସ ଅଫିସରେ କମାଲ୍ କରିଛି । ଏବଂ ଶୁକ୍ରବାର ମଧ୍ୟରେ ଗ୍ଲୋବାଲ୍ ବକ୍ସ ଅଫିସରେ ୧୦୦ କୋଟି ପାର୍ କରିଛି । ଏନେଇ ଫିଲ୍ମ ବ୍ୟାନର ଭସାଂଲି ପ୍ରଡକ୍ସନ ପକ୍ଷରୁ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରାଯାଇଛି । ‘‘ଫିଲ୍ମକୁ ଏତେ ଭଲ ପାଇବା ଦେଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ’’ ବୋଲି କ୍ୟାପସନରେ ଲେଖାଯାଇଛି ।
ଓପନିଂ ଡେ'ରେ ମୁଭି ୧୦ କୋଟି ୫୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ଶନିବାର ଏହା ୧୩ କୋଟି ୩୨ଲକ୍ଷ ଟଙ୍କା ଆୟ କରିଥିଲା । ସେହିପରି ରବିବାର୧୫ କୋଟି ୩୦ ଲକ୍ଷ, ସୋମବାର ୮କୋଟି ୧୯ ଲକ୍ଷ, ମଙ୍ଗଳବାର ୧୦ କୋଟି ଏକ ଲକ୍ଷ ଓ ବୁଧବାର ୬ କୋଟି ୨୧ ଲକ୍ଷ ଆୟ କରି ସାରିଛି । ଏବେ ଫିଲ୍ମଟି ପାଖାପାଖି ୭୦ କୋଟି ଟଙ୍କା ଆୟ କରିଥିବା ସୂଚନା ରହିଛି । 'ଗଙ୍ଗୁବାଇ କାଠିଆୱାଡି' ୱାର୍ଲଡ ୱାଇଡ ୧୦୮.୩ କୋଟି ଟଙ୍କା ଆୟ କରିଥିବା ସୂଚନା ରହିଛି । ଅନ୍ୟପଟେ ଗଙ୍ଗୁବାଇ ଫିଲ୍ମର ପ୍ରଶଂସା କରି ଟ୍ରେଡ୍ ଆନାଲିଷ୍ଟ ତରନ ଆଦର୍ଶ ଏକ ଟ୍ୱିଟ୍ କରିଛନ୍ତି ।
Powered by Froala Editor