ଯୁଦ୍ଧର ଦଶମ ଦିନ, ଜଳୁଛି ୟୁକ୍ରେନ ସହର, ଥରି ଉଠୁଛି ମାଟି

କ୍ୱିଭ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ୧୦ମ ଦିନରେ ପହଞ୍ଚିଥିଲେ ବି ଥମିବାର ନାଁ ଧରୁନି । ଦିନ ଯେତେ ବଢୁଛି, ଋଷିଆର ତାଣ୍ଡବ ୟୁକ୍ରେନ ଉପରେ ସେତେ ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ଉପରେ ଋଷିଆ କରୁଛି ମିଶାଇଲ ବର୍ଷା । ଜଳୁଛି ୟୁକ୍ରେନ ସହର, ଥରି ଉଠୁଛି ମାଟି ।
ଯୁଦ୍ଧ ଦଶମ ଦିନରେ ପହଞ୍ଚିଥିଲେ ବି ଋଷର ଲକ୍ଷ ପୂରଣ ହୋଇନଥିବାରୁ ଋଷିଆ ତୀବ୍ର ଆକ୍ରମଣ ଜାରି ରଖିଛି । ଧୀରେଧୀରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ, ସହରକୁ ହାତମୁଠାକୁ ନେଉଛି ଋଷିଆ । ଆଗକୁ ଆଗକୁ ମାଡି ଚାଲିଛନ୍ତି ଋଷିଆ ସୈନି୍କ । ରାଜଧାନୀ କ୍ୱିଭ୍ ଉପରେ ଚୂଡାନ୍ତ ଆକ୍ରମଣ ପାଇଁ ଋଷ ପ୍ରସ୍ତୁତ ହେଉଛି । ଓଡେଶା ଅଂଚଳର ବ୍ରିଜ୍କୁ ଋଷ ସୈନ୍ୟ ଉଡାଇ ଦେଇଛନ୍ତି । ଏହାସହିତ ବର୍ତ୍ତମାନ ମାରିୟୁପୋଲ ସହର ମଧ୍ୟ ଋଷ କବ୍ଚାରେ ରହିଛି । ପୂର୍ବରୁ ଦକ୍ଷିଣ ୟୁକ୍ରେନର ଖେରସନ୍ ସହରକୁ ଋଷ ନିଜ ନିୟନ୍ତ୍ରଣକୁ ନେଇଥିଲା ।
ଅନ୍ୟପଟେ ରବିବାର ଋଷ-ୟୁକ୍ରେନ ୩ୟ ପର୍ଯ୍ୟାୟ କଥାବାର୍ତ୍ତାର ସମ୍ଭାବନା ରହିଛି । ଯେକୌଣସି ପରିସ୍ଥିତିରେ ରାଜଧାନୀ କ୍ୱିଭକୁ ଦଖଲ କରାଯିବ ବୋଲି ଋଷ ପଣ କରିଛି । ତେଣୁ ଘନଘନ କ୍ଷେପଣାସ୍ତ୍ର ମାଡ କରାଯାଉଛି ।
Powered by Froala Editor