ଆଜି ଦେଶରେ ୬ହଜାର ୫୬୧କରୋନା ପଜିଟିଭ୍

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଏହା ସହିତ ମୃତୁ୍ୟ ସଂଖ୍ୟାରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହେଉଛି । ଗତ ୨୪ଘଣ୍ଟାରେ ଦେଶରେ ୬ହଜାର ୫୬୧ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୨୯ଲକ୍ଷ ୪୫ହଜାର ୪୬୦କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧ଲକ୍ଷ ତଳେ ରହିଛି । ଦେଶରେ ସକ୍ରିୟ ମାମଲା ୭୭ହଜାର ୧୫୨ରହିଛି । ଗତ ୨୪ ଘଣ୍ଟାରେ ୧୪ହଜାର ୯୪୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୨୩ଲକ୍ଷ ୫୩ହଜାର ୬୨୦ରେ ପହଞ୍ଚି ଯାଇଛି । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଦ୍ରୁତ ବେଗରେ ଚାଲିଛି ।
Powered by Froala Editor