ବିକ୍ରମଙ୍କୁ ଜୀବନ ସାଥୀ ବାଛିଲେ ରାଗିଣୀ

ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର । ବିକ୍ରମଙ୍କୁ ସେ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି । ଉଭୟ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଗୋଆ ମେଫେୟାର ହାଇଡ୍ୱେ ସ୍ପା ରିସୋର୍ଟରେ ବିବାହ ସମ୍ପନ୍ନ ହୋଇଛି ।
ତେବେ ବିବାହର ଦୁଇଟି ଫଟୋକୁ ରାଗିଣୀ ନିଜ ଇନଷ୍ଟାରେ ଶେୟାର କରିଥିଲେ । ଆଉ ଏହି ଫଟୋରେ ଲେଖିଥିଲେ, ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ସମସ୍ତଙ୍କ ସ୍ନେହ ଓ ଆର୍ଶୀବାଦ ଲୋଡୁଛି । ରାଗିଣୀ ଧଳା ରଙ୍ଗର ଲେହେଙ୍ଗାରେ ଗର୍ଜିୟସ୍ ଲାଗୁଥିଲେ । ଆଉ ବିକ୍ରମ ନୀଳ ରଙ୍ଗର ସେରୱାନୀ ପରିଧାନ କରି ହ୍ୟାଣ୍ଡସମ୍ ଲାଗୁଥିଲେ ।
ସୂଚନା ଯେ, ରାଗିଣୀ ସିନେମା ‘ଗଡ଼ବଡ଼’ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ପରେ ‘ମୁଁ ଏକା ତୁମର’, ‘ତମେ ଥିଲେ ସାଥୀରେ’, ‘ହରି ଓମ୍ ହରି’, ‘ପ୍ରେମୀ’, ‘ଦେଖା ହେଲା ପ୍ରେମ ହେଲା’ ଓ ‘ଲାଗେ ପ୍ରେମ ନଜର’ରେ ଅଭିନୟ କରିଛନ୍ତି । ଏଥିସହିତ ବଙ୍ଗଳାରେ ‘ମିତାଲି ଗେଷ୍ଟ ହାଉସ୍’, ‘ଏକ ଟୁକୁ ଚୋୟା ଲଗେ’, ‘ସ୍ୱର୍ଣ୍ଣ ମୁଦ୍ରା’, ତେଲୁଗୁରେ ‘କ୍ୟୁମ୍ ଭାଇ’, ‘୧୦୦ ରୂପେୟା ନୋଟ୍’ରେ ଅଭିନୟ କରିଛନ୍ତି ।
Powered by Froala Editor