କାଲି ପଂଚମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ସରଗରମ୍ ହୋଇଛି ରାଜନୈତିକ ମଇଦାନ । ୪ଟିପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ସରିଥିବାବେଳେ କାଲି ହେବ ଅନ୍ତିମ ପର୍ଯ୍ୟାୟ ତଥା ପଂଚମ ପର୍ଯ୍ୟାୟ ମତଦାନ । ଗତକାଲିଠୁ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଛି । ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋରସୋରରେ ହେଉଛି । ଶେଷ ପର୍ଯ୍ୟାୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ନେତା, ପ୍ରାର୍ଥୀ ଓ କର୍ମୀମାନେ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି ।
ସବୁ ଦଳ ଜିଲ୍ଲା ପରିଷଦ ଆସନ ଉପରେ ଫୋକସ କରିଛନ୍ତି । କାଲି ୨୫ଟି ଜିଲ୍ଲା ଓ ୪୮ଟି ବ୍ଲକରେ ମତଦାନ ହେବ । ପଞ୍ଚମ ପର୍ଯ୍ୟାୟରେ ରାଜ୍ୟରେ ୪୯ ବ୍ଲକର ୧୩୧ଟି ଜିଲ୍ଲାପରିଷଦ ଜୋନରେ ହେବ ନିର୍ବାଚନ । ୯୭୫ ସରପଞ୍ଚ, ସମିତି ସଭ୍ୟ ଏବଂ ୧୩ହଜାର ୫୧୪ଟି ୱାର୍ଡରେ ଭୋଟିଂ ହେବ । ୪୧ଲକ୍ଷ ୮୮ହଜାର ୩୮୨ ଭୋଟର ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବେ ।
Powered by Froala Editor