ମଥାର ସିନ୍ଦୁର ସାଜିଲା କାଳ

ବ୍ରହ୍ମଗିରି: ମଥାରେ ଓଢ଼ଣା ଓ ସିନ୍ଦୁର, ପାଦରେ ଅଳତା ଲଗାଇ ସାଜିଥିଲା ଲାଲ ଟୁକୁଟୁକୁ ସାଧବ ବୋହୂ । କ’ଣ ଲେଖାଥିଲା ତା ଭାଗ୍ୟରେ? କାହିଁକି ହାରିଗଲା ସେ? ଇଛା ଥିଲା ନୂଆ ଘର କରିବ ପାରିଲା ଏ ସମାଜରେ ତିଷ୍ଟି । ଘଟିଯାଇଛି ଏପରି ଏକ ହୃଦୟ ବିଦାରକ ଅଘଟଣ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହାତିଆ ମାଳି ସାହି ଗାଁରେ ଅଘଟଣ। ଏକ ଘର ଭିତରୁ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଗୁଡୁଲି ବରାଳ। ଗୁଡୁଲିଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରି ଟାଙ୍ଗି ଦେଇଥିବା ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏକ ବର୍ଷ ତଳେ ଗୁଡୁଲି ମାଳି ସାହି ଗାଁର ଜାଗାକୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟତଃ ସମୟରେ ବିଭିନ୍ନ କଥାକୁ ନେଇ କଳହ ଲାଗି ରହୁଥିଲା। ତେବେ ଏହାରି ଭିତରେ ହଠାତ୍ ସକାଳୁ ଫ୍ୟାନରେ ଲୁଗା ବାନ୍ଧି ଗୁଡୁଲି ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବାବେଳେ , ଗୁଡୁଲିଙ୍କ ଶାଶୁ, ଶ୍ୱଶୁର ଓ ସ୍ୱାମୀ ଫେରାର୍ ଥିବା ଜଣାପଡ଼ିଛି।
Powered by Froala Editor