ଯାଜପୁର ନିର୍ବାଚନୀ ହିଂସା: ୯୮ ଗିରଫ

ଯାଜପୁର: ରାଜ୍ୟରେ ନର୍ବାଚନୀ ମାହୋଲ । ୩ଟି ପର୍ଯ୍ୟାୟ ମତଦାନ ସରିଥିବାବେଳେ ଆଜି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଲୋକମାନେ କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ କରିପାରିବେ, ସେ ନେଇ ସରକାର ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଫୁ କରି ଉଡାଇ ଦେଉଛନ୍ତି । ତେବେ ୩ଟି ପର୍ଯ୍ୟାୟ ମତଦାନରେ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବାବେଳେ ଅନେକ ସ୍ଥାନରେ ଲୋକେ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଥିଲା । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ଜିଲ୍ଲାରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଛଳ ପଂଚାୟତ ୪ ଓ ୬ନମ୍ବର ବୁଥରୁ ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇ ନେଇଥିଲେ । ୪ଜଣ ଦୁର୍ବୃତ୍ତ ୪ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇଥିଲେ ଓ ୬ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇ ନେଇ ଦୁର୍ବୃତ୍ତମାନେ ପୋଖରୀରେ ପିଙ୍ଗି ଦେଇଥିଲେ । ଏହାପେରେ ବୁଥରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଓ ମତଦାନ ବନ୍ଦ ରହିଥିଲା।
ଏହାସହିତ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ୪୦ରୁ ୫୦ ଦୁର୍ବୃତ୍ତ ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ସାମ୍ବାଦିକ ମାନଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ନିର୍ବାଚନ ଆୟୋଗ ।
ତେବେ ଯାଜପୁର ଜିଲ୍ଲାରେ ପ୍ରଥମ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ହିଂସାରେ ୯୮ଜଣ ଗିରଫ ହୋଇଛନ୍ତି । ୯୮ଜଣଙ୍କ ଗିରଫ ନେଇ ପ୍ରେସ୍ ରିଲିଜରେ ଜିଲ୍ଲା ପୋଲିସ୍ ସ୍ପଷ୍ଟ କରିଛି । ୨୧ ତାରିଖରେ ୬୯ଜଣଙ୍କ ସହ ମୋଟ ୯୮ଜଣ ଗିରଫ ହୋଇଥିବା ସହ ବିଞ୍ଝାରପୁର ବାଛଳ ପଂଚାୟତରେ ସାମ୍ବାଦିକ ଆକ୍ରମଣ ଘଟଣାରେ ୧୨ଜଣଙ୍କୁ ଗିରଫ କରାଯାଇଛି ।
Powered by Froala Editor