ପୁଣି ସାମ୍ବାଦିକଙ୍କୁ ଆକ୍ରମଣ!

ଆଠଗଡ: ରାଜ୍ୟରେ ନିର୍ବାଚନୀ ତାତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ୍ ହୋଇଛି ରାଜନୈତିକ ମିଇଦାନ । କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇପାରିବ, ସେ ନେଇ ସରକାର ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ତଥାପି ସବୁକୁ ଭେଦ କରି ଦୁର୍ବୃତ୍ତମାନେ ବୁଥ ଗୁଡିକରେ ହିଂସା ଘଟାଉଛନ୍ତି । କେଉଁଠି ବୁଥ ଭିତରେ ପଶି ବାଲାଟ ବକ୍ସ ଭାଙ୍ଗିଲେଣି ତ କେଉଁଠି ବାଲାଟ ବକ୍ସକୁ ଉଠାଇ ନେଇ ପୋଖରୀରେ ଫିଙ୍ଗିଦେଲେଣି । ଏହ ସହିତ ପୋଲିସକୁ ଆକ୍ରମଣ, ପ୍ରିଜାଇଡିଂ ଅଫିସରଙ୍କୁ ର୍ଦୁବ୍ୟବହାର, ଏଜେଣ୍ଟଙ୍କ ମଧ୍ୟରେ ହାତାହାତି, ସାମ୍ବାଦିକଙ୍କୁ ଆକ୍ରମଣ କରିବା ଭଳି ଦୃଶ୍ୟ ସାମ୍ନାକୁ ଆସୁଛି ।
ଗତ ପର୍ଯ୍ୟାୟ ଗୁଡିକରେ ଅନେକ ସ୍ଥାନରେ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ଭୟଙ୍କର ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା । ତେବେ ପୁଣି ଆଜି ୪ର୍ଥ ପର୍ଯ୍ୟାୟ ମତଦାନରେ ସେହି ସମାନ ସ୍ଥିତି ଦେଖିବାକୁ ମିଳିଛି । ଆଠଗଡ ଅନନ୍ତପୁର ପଂଚାୟତର ୪ଟି ବୁଥରେ ମତଦାନ ବେଳେ ଉତ୍ତେଜନା ସୃଷ୍ଟି ହୋଇଛି । କେତେକ ଏଜେଣ୍ଟଙ୍କୁ ବୁଥରେ ପୂରାଇ ନଦେବାରୁ ଉତ୍ତେଜନା ଦେଖାଦେଇଛି । ତେବେ ଏନେଇ ଖବର ସଂଗ୍ରହ ବେଳେ ସମ୍ବାଦିକଙ୍କୁ ଠେଲାପେଲା ଅଭିଯୋଗ ହୋଇଛି ।
Powered by Froala Editor