ହିଜାବ ହଟାଇବାକୁ କୁହାଯିବାରୁ ଇସ୍ତଫା ଦେଲେ ଇଂରାଜୀ ଅଧ୍ୟାପକ

ହିଜାବ ବିବାଦକୁ ନେଇ କର୍ଣ୍ଣାଟକର ଜୈନ ପିୟୁ କଲେଜର ଇଂରାଜୀ ଅଧ୍ୟାପକ ଚାନ୍ଦିନୀ ନାଜ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । କଲେଜ୍ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ହିଜାବ୍ ଓହ୍ଲାଇ ପକାଇବାକୁ କୁହାଯିବାରୁ ଆତ୍ମସମ୍ମାନକୁ ବାଧିଲା ବୋଲି ଦର୍ଶାଇ ଇସ୍ତଫା ଦେଇଛନ୍ତି। ଚାକିରିରୁ ଇସ୍ତଫା ଦେବାବେଳେ ସେ କହିଛନ୍ତି ଯେ ହିଜାବ ହଟାଇବାରେ ମୁଁ ଅସହଜ ।
ଜୈନ ପିୟୁ କଲେଜର ଇଂରାଜୀରେ ଅଧ୍ୟାପକ ଚାନ୍ଦିନୀ ନାଜ ଫେବୃଆରୀ ୧୬ରେ ଏକ ଚିଠି ଲେଖିଥିଲେ । ଏହି ଚିଠିରେ ନାଜ ଲେଖିଛନ୍ତି, “ମୁଁ ଇଂରାଜୀ ଅଧ୍ୟାପକ ପଦରୁ ଇସ୍ତଫା ଦେଉଛି, କାରଣ ତୁମେ ମୋତେ ମୋ କଲେଜରେ ତିନି ବର୍ଷ ଧରି ପିନ୍ଧିଥିବା ମୋ ହିଜାବକୁ ହଟାଇବାକୁ ଦାବି କରିଛ । ଧର୍ମର ଅଧିକାର ହେଉଛି ଏକ ସାମ୍ବିଧାନିକ ଅଧିକାର, ଯାହା କେହି ନୁହେଁ । ମୁଁ ମଧ୍ୟ ଅସ୍ୱୀକାର କରିପାରିବି ନାହିଁ । ଧନ୍ୟବାଦ । ମୁଁ ତୁମର ଅଗଣତାନ୍ତ୍ରିକ କାର୍ଯ୍ୟକୁ ନିନ୍ଦା କରୁଛି। ଏ ନୂଆ ନିଷ୍ପତ୍ତି ମୋ ଆତ୍ମସମ୍ମାନକୁ ଆଘାତ ଦେଇଛି। ସେହି କାରଣରୁ ମୁଁ ଇସ୍ତଫା ଦେବାକୁ ସ୍ଥିର କରିଛି।
କିନ୍ତୁ, କଲେଜ୍ର ଅଧ୍ୟକ୍ଷ କେ.ଟି. ମଞ୍ଜୁନାଥ କହିଛନ୍ତି ଯେ, ନାଜ ଜଣେ ପାର୍ଟ ଟାଇମ ଅଧ୍ୟାପକ ଥିଲେ । କର୍ଣ୍ଣାଟକ ହାଇକୋର୍ଟର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ପରେ ଆମେ ତାଙ୍କୁ କର୍ମଚାରୀଙ୍କ କୋଠରୀରେ ହିଜାବ ବାହାର କରି ଶ୍ରେଣୀକୁ ଯିବାକୁ କହିଥିଲୁ । କିନ୍ତୁ ସେ ଏଥିପାଇଁ ପ୍ରସ୍ତୁତ ନଥିଲେ ତେଣୁ ସେ ଇସ୍ତଫା ଦେଇଥିଲେ।
ସୂଚନାଯୋଗ୍ୟ, ହିଜାବ ଜନିତ ପ୍ରତିବାଦ ଯୋଗୁଁ କେତେ ସପ୍ତାହ ହେବ କର୍ଣ୍ଣାଟକ ସ୍କୁଲ୍ ଓ କଲେଜ୍ରେ ଉତ୍ତେଜନା ଦେଖା ଦେଇଛି। ଏଥିଲାଗି ଗତ ସପ୍ତାହରେ କର୍ଣ୍ଣାଟକ ସରକାର ସାମୟିକ ଭାବେ ସ୍କୁଲ୍ ଓ କଲେଜ ବନ୍ଦ ରଖିଥିଲେ। ଶିକ୍ଷାନୁଷ୍ଠାନ ଖୋଲିବା ପରେ ଶିକ୍ଷକମାନେ ଶିକ୍ଷାର୍ଥୀଙ୍କୁ ହିଜାବ୍ ଓହ୍ଲାଇ ଶ୍ରେଣୀଗୃହକୁ ପ୍ରବେଶ କରିବାକୁ ନିର୍ଦେଶ ଦେଇଥିଲେ। କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ଶିକ୍ଷାନୁଷ୍ଠାନକୁ ଧାର୍ମିକ ସଙ୍କେତ ବହନ କରୁଥିବା ପୋଷାକପତ୍ର ପିନ୍ଧି ଆସିବା ଉପରେ ସାମୟିକ ନିଷେଧାଦେଶ ଜାରି କରିଛନ୍ତି।
Powered by Froala Editor